ପଟ୍ଟାମୁଣ୍ତାଇ ଛାତ୍ରୀ ମୃତ୍ୟୁ ମାମଲାରେ ବଡ଼ ଆକ୍ସନ; ଗିରଫ ହେଲେ ବୟଫ୍ରେଣ୍ତ

ପୁଲିସ ହେପାଜତରେ ଥିବା ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରାଯାଇଛି । ଏହି ଫୋନ୍‌ରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା କୁହାଯାଉଛି ।

Boyfriend arrested

Photograph: (Kanak News)

କନକ ବ୍ୟୁରୋ : ପଟ୍ଟାମୁଣ୍ତାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ତକୁ ଗିରଫ କରିଛି ପୁଲିସ । ଘଟଣାର ପାଞ୍ଚ ଦିନ ପରେ ବୟଫ୍ରେଣ୍ତ ପ୍ରମୋଦ ବେହେରାକୁ ଗିରଫ କଲା ପୁଲିସ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଗାଁରେ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଯେତେ ଆଗକୁ ବଢୁଛି, ରହସ୍ୟ ସେତେ ବଢିବାରେ ଲାଗିଛି । ପୀଡିତାଙ୍କ ବାପାଙ୍କ ମୋବାଇଲ ଫୋନ୍‌କୁ ଜବତ କରିଛି ପୁଲିସ । ବାପାଙ୍କ ମୋବାଇଲରେ ମୃତ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା ସୂଚନା ମିଳିଛି । ଏହି ଫଟୋ ଓ ଭିଡ଼ିଓକୁ ପୁରୁଷ ବନ୍ଧୁ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇଥିବା ଗ୍ରାମାଞ୍ଚଳ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ସେହିପରି ପୁଲିସ ହେପାଜତରେ ଥିବା ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରାଯାଇଛି । ଏହି ଫୋନ୍‌ରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା କୁହାଯାଉଛି । ତାଙ୍କ ହ୍ବାଟ୍‌ସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୁଲିସ ପାଇଛି । ଗତକାଲି ପୋଲିସ ମୃତ ଛାତ୍ରୀଙ୍କ ପଡୋଶୀ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରୀଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା । ନିଜେ ଏସ୍‌ପି କ୍ରାଇମ୍‌ସ୍ପଟ୍‌କୁ ଯାଇ ତଦନ୍ତ କରିଥିଲେ । ଅଗଷ୍ଟ ୫ ଓ ୬ ତାରିଖ ମଧ୍ୟରେ ଘର ଆଖପାଖରେ କ’ଣ ସବୁ ଘଟିଥିଲା, ତାହା ଜାଣିବାକୁ ଚାହୁଁଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe