କନକ ବ୍ୟୁରୋ : ରାଜ୍ୟରେ ଅପରାଧ ସଂଖ୍ୟା ବଢିବାରେ ଲାଗିଛି । ଦୁଷ୍କର୍ମ, ହତ୍ୟା ଭଳି ଖବର ପ୍ରତିଦିନ ସାମ୍ନାକୁ ଆସୁଥିବା ବେଳେ ଏବେ ବାରିପଦାରୁ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ପୁଲିସ ପ୍ରଶାସନ ଓ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ସୃଷ୍ଟି କରିଛି । ଦିନ ଦି’ପହରରେ ବ୍ୟାଙ୍କରୁ ଲୁଟ୍ ହୋଇଥିବା ଖବର ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।
ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ପଶି ଟଙ୍କା ଲୁଟିନେଇଛନ୍ତି ୬ଲୁଟେରା । କୁଳିଅଣା ଥାନା କୁଚେଇସ୍ଥିତି ବ୍ୟାଙ୍କରୁ ଲୁଟ୍ ହୋଇଛି । ବ୍ୟାଙ୍କରେ ପଶି ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଟିନେଇଛନ୍ତି ଲୁଟେରା । ଲକ୍ଷାଧିକ ଟଙ୍କା ସହ ହାର୍ଡଡିସ୍ ନେଇଯାଇଛନ୍ତି ଲୁଟେରା । ବ୍ୟାଙ୍କ ଗେଟ୍କୁ ତାଲା ଚମ୍ପଟ ମାରିଛନ୍ତି ଲୁଟେରା ଗ୍ୟାଙ୍ଗ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/24/loot-2025-06-24-16-29-06.jpg)