କନକ ବ୍ୟୁରୋ : ଓ.ପି.ଏଚ୍.ଡବ୍ଲ୍ୟୁ.ସି.ରେ ଯୁବତୀଙ୍କୁ ଯୌନ ଶୋଷଣ ଅଭିଯୋଗକୁ ନେଇ ତନାଘନା । ବାଲେଶ୍ୱର ପ୍ରୋଜେକ୍ଟ ମୁଖ୍ୟ ସୌମ୍ୟକାନ୍ତ ମହାନ୍ତିଙ୍କ ବିରୋଧରେ ଅଭିଯୋଗ ପରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆରମ୍ଭ କରିଛି ଖୋଳତାଡ଼ । ପୀଡ଼ିତାଙ୍କୁ ଭୁବନେଶ୍ବର ଡକାଇ ବୟାନ ରେକର୍ଡ କରାଯାଇଛି । ସୌମ୍ୟକାନ୍ତ କାହିଁକି ଓ କେବେଠୁ ନିର୍ଯାତନା ଦେଇ ଆସୁଥିଲେ ? କ’ଣ ସବୁ ମେସେଜ କରୁଥିଲେ ? ସେ ବାବଦରେ ତଥ୍ୟ ଦେଇଛନ୍ତି ପୀଡ଼ିତା । ତଥ୍ୟ ଓ ତଥ୍ୟ ଭିତିକ ପ୍ରମାଣ ଏକାଠି ପାଇଁ ପୀଡ଼ିତାଙ୍କୁ ପଚରାଉଚରା କରିଛି କମିଟି । ସେପଟେ ପୀଡ଼ିତାଙ୍କୁ କାଉଣ୍ଟର ଆଟାକ୍ କରିଛନ୍ତି ସୌମ୍ୟକାନ୍ତ । କହିଛନ୍ତି ପୀଡ଼ିତା ଆଣିଥିବା ଅଭିଯୋଗ ଅମୁଳକ ଓ ଭିତ୍ତିହୀନ ।
ସେପଟେ ଖୁବଶୀଘ୍ର ବାଲେଶ୍ୱର ଯିବ ଆଭ୍ୟନ୍ତରୀଣ ଅଭିଯୋଗ କମିଟି । ସୌମ୍ୟକାନ୍ତଙ୍କୁ ପଚରାଉଚରା କରି ତାଙ୍କ ବୟାନ ରେକର୍ଡ କରାଯିବ । ଯୁବତୀଙ୍କ ସହଯୋଗୀ ଓ କର୍ମଚାରୀଙ୍କ ବୟାନ ରେକର୍ଡ ହେବ । ପୀଡ଼ିତା ଦେଇଥିବା ଅଭିଯୋଗପତ୍ର ଆଧାରରେ ସେହି ଦିନର ସିସିଟିଭି ଯାଞ୍ଚ କରି ତଦନ୍ତ କରିବ ସ୍ୱତନ୍ତ୍ର ଟିମ୍ ।
ବର୍ଷେ ହେବ ଯୁବତୀଙ୍କୁ ଅଫିସ ଭିତରେ ଯୌନ ଶୋଷଣ ଚାଲିଥିବା ଅଭିଯୋଗ ହୋଇଛି । ହେଲେ ଖବର ପ୍ରସାରଣ ପରେ କାହିଁକି ହଠାତ୍ ତତ୍ପର ହୋଇ ଉଠିଲା ଆଭ୍ୟନ୍ତରୀଣ ଅଭିଯୋଗ କମିଟି ? କାହା ଚାପରେ ଓ କାହିଁକି ଦୀର୍ଘଦିନ ଧରି କମିଟି ଚୁପ୍ ବସିଥିଲା ? କିଏ ଓ କାହାକୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରୁଥିଲେ ? ଏବେ ତଦନ୍ତ ରିପୋର୍ଟକୁ ଅପେକ୍ଷା । ତଦନ୍ତ ପରେ, ଓ.ପି.ଏଚ୍.ଡବ୍ଲ୍ୟୁ.ସି.ରେ କ’ଣ ଚାଲିଛି ତାହା ସାମ୍ନାକୁ ଆସିବ । ନା ମିଳି ମିଶି ଘଟଣାକୁ ଚାପି ଦିଆଯିବ, ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2026/02/05/balasore-woman-2026-02-05-20-49-22.png)