ଏମ୍ସ ଦିଲ୍ଲୀରେ ଚିକିତ୍ସିତ ବଳଙ୍ଗା ପୀଡ଼ିତାଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା; ପୂରା ଘଟଣା ସମ୍ପର୍କରେ ଟିକିନିକି ତଥ୍ୟ ନେଲା ତଦନ୍ତକାରୀ ସଂସ୍ଥା

ପୋଲିସ ଓ କ୍ରାଇମବ୍ରାଞ୍ଚ ଘଟଣା ସ୍ଥଳରେ ତନାଘନା ଚଳାଇଥିବାବେଳେ ଏବେ ବି ଅଭିଯୁକ୍ତଙ୍କ ଟେର ପାଉନି । ଅନେକ ଲୋକଙ୍କୁ ଜେରା ସରିଛି । ତଥାପି ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନି ।

Balanga Minor Girl Case

Photograph: (Kanak News)

କନକ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ୭ ଦିନ ପରେ ବି ପୁଲିସର ହାତ ଖାଲି । ପୋଲିସ ଓ କ୍ରାଇମବ୍ରାଞ୍ଚ ଘଟଣା ସ୍ଥଳରେ ତନାଘନା ଚଳାଇଥିବାବେଳେ ଏବେ ବି ଅଭିଯୁକ୍ତଙ୍କ ଟେର ପାଉନି । ଅନେକ ଲୋକଙ୍କୁ ଜେରା ସରିଛି । ତଥାପି ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନି । ସେପଟେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇଥିବା ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍‌ ପୀଡ଼ିତାଙ୍କ ବୟାନ ରେକର୍ଡ କରୁଥିବା ଖବର ମିଳୁଛି ।

ଗତ ୧୯ ତାରିଖ ସକାଳେ ପୀଡ଼ିତାଙ୍କ ସହ କଣ ଘଟିଥିଲା ସେନେଇ ସମସ୍ତ ତଥ୍ୟ ପଚାରି ବୁଝୁଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଏପଟେ ବଳଙ୍ଗାରେ ଗହଣା ଦୋକାନୀଙ୍କୁ ଝାଳବୁହା ଜେରା କରାଯାଇଛି । ରୁପା ମୁଦିକୁ ନେଇ ଚାଲିଛି ଖୋଳତାଡ଼ । କ୍ରାଇମ ସ୍ପଟରୁ ମିଳିଥିବା ରୁପା ମୁଦି ନେଇ ଚାଲିଛି ତନାଘନା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe