କନକ ବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ୭ ଦିନ ପରେ ବି ପୁଲିସର ହାତ ଖାଲି । ପୋଲିସ ଓ କ୍ରାଇମବ୍ରାଞ୍ଚ ଘଟଣା ସ୍ଥଳରେ ତନାଘନା ଚଳାଇଥିବାବେଳେ ଏବେ ବି ଅଭିଯୁକ୍ତଙ୍କ ଟେର ପାଉନି । ଅନେକ ଲୋକଙ୍କୁ ଜେରା ସରିଛି । ତଥାପି ପୋଲିସ ଅଭିଯୁକ୍ତ ପାଖରେ ପହଞ୍ଚି ପାରିନି । ସେପଟେ ଦିଲ୍ଲୀ ଏମ୍ସରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଉଥିବା ସୂଚନା ମିଳିଛି । ଦିଲ୍ଲୀ ଯାଇଥିବା ୩ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ପୀଡ଼ିତାଙ୍କ ବୟାନ ରେକର୍ଡ କରୁଥିବା ଖବର ମିଳୁଛି ।
ଗତ ୧୯ ତାରିଖ ସକାଳେ ପୀଡ଼ିତାଙ୍କ ସହ କଣ ଘଟିଥିଲା ସେନେଇ ସମସ୍ତ ତଥ୍ୟ ପଚାରି ବୁଝୁଛି କ୍ରାଇମବ୍ରାଞ୍ଚର ସ୍ବତନ୍ତ୍ର ଟିମ୍ । ଏପଟେ ବଳଙ୍ଗାରେ ଗହଣା ଦୋକାନୀଙ୍କୁ ଝାଳବୁହା ଜେରା କରାଯାଇଛି । ରୁପା ମୁଦିକୁ ନେଇ ଚାଲିଛି ଖୋଳତାଡ଼ । କ୍ରାଇମ ସ୍ପଟରୁ ମିଳିଥିବା ରୁପା ମୁଦି ନେଇ ଚାଲିଛି ତନାଘନା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/25/balanga-minor-girl-case-2025-07-25-13-37-04.jpg)