Attempted sexual assault on a 5-year-old child Photograph: (Kanak News)
କନକ ବ୍ୟୁରୋ: ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଥାନା ଅଞ୍ଚଳରେ ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ । ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣା ଅଞ୍ଚଳର ଛାତ୍ରୀ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ଯାଇନଥିବା ବେଳେ ପୁଣି ଏକ ଲଜ୍ଜାଜନକ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଜଣେ ୫ବର୍ଷୀୟା ଶିଶୁକୁ ଦୁଷ୍କର୍ମ ଉଦ୍ୟମ ନେଇ ଅଭିଯୋଗ ହୋଇଛି । ଏହି ମାମଲାରେ ପୁଲିସ ମାମଲା ରୁଜୁ କରି ୪୫ ବର୍ଷୀୟ ଅଭିଯୁକ୍ତକୁ ଗିରଫ କରିଛି ।
ମାଲକାନଗିରି ୩ ଦିନ ଅଶାନ୍ତ ପରେ ଶାନ୍ତି କମିଟି ବୈଠକରେ ବାହାରିଲା ସମାଧାନର ବାଟ
ସୋମବାର ସନ୍ଧ୍ୟାରେ ଝିଅଟି ସ୍କୁଲରୁ ଘରକୁ ଫେରିବା ସମୟରେ ସେହି ଗାଁର ଜଣେ ଯୁବକ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ନିକଟସ୍ଥ ଏକ ବୁଦା ଭିତରକୁ ନେଇ ଦୁଷ୍କର୍ମ କରିବାକୁ ପ୍ରୟାସ କରିଥିଲା । ତେବେ କୁନି ଝିଅଟିର କାନ୍ଦବୋବାଳି ଶୁଣି ସ୍ଥାନୀୟ ବାସିନ୍ଦା ସେଠାରେ ପହଞ୍ଚି ଯିବାରୁ ଅଭିଯୁକ୍ତ ଜଣକ ସେଠାରୁ ଦୌଡ଼ି ପଳାଇଥିଲା । ଏହାପରେ ଝିଅଟିକୁ ଧରି ତାଙ୍କ ମା ଓ ସମ୍ପର୍କୀୟ ମାନେ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲେ । ଏହି ଘଟଣାରେ ପୁଲିସ ତଦନ୍ତ ଚଳାଇଛି ।
Follow Us