କନକ ବ୍ୟୁରୋ : ସକ୍ରିୟ ହେଉଛନ୍ତି ଏଟିଏମ ଲୁଟରୋ ।  ଆଉ ଲୁଟ୍‌ର ତରିକା ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏଭଳି ଏକ ଲୁଟର ପର୍ଦ୍ଦାଫାସ କରିଛି ସୁନ୍ଦରଗଡ଼ ।

Advertisment

ଏଟିଏମରେ ପଛରେ ଧାଡିରେ ଛିଡାହେବେ । ଆଉ ଏଟିଏମ ଚଳାଇ ଜାଣୁନଥିବା ଲୋକଙ୍କୁ ଟାର୍ଗେଟ କରିବେ । ଆଉ ଧାଡି ଦେଖି ମାଡ଼ିଯିବେ । କୌଶଳକ୍ରମେ ପିନ ଦେଖି ଏଟିଏମ କାର୍ଡ ବଦଳାଇ ଫେରାର ମାରିବେ । ଆଉ ପାଖ ଏଟିଏମରୁ ଟଙ୍କା ଉଠାଇ ଗାୟବ ହୋଇଯିବେ । ସୁନ୍ଦରଗଡ ଟାଉନଥାନା ଏସବିଆଇ ଏଟିଏମରୁ ମହିଳାଙ୍କ ଟଙ୍କା ଲୁଟ ଘଟଣାର ଅଭିଯୁକ୍ତଙ୍କୁ ପୁଲିସ ବାନ୍ଧିବା ପରେ ପୂରା ଘଟଣାର ପର୍ଦ୍ଦାଫାସ ହୋଇଛି । ଏଟିଏମରୁ କିଭଳି ଟଙ୍କା ଗାୟବ କରନ୍ତି ଟଙ୍କା ବଖାଣିଛି ଲୁଟେରା ।

ମହିଳାଜଣକ ଏଟିଏମରେ ନିଜର ବାଲାନ୍ସ ଦେଖିବା ବେଳେ ପଛ ପଟେ ଅଛନ୍ତି ଚେକ ସାର୍ଟ ଚଷମା ପିନ୍ଧା ଯୁବକ ଓ ଧଳାସାର୍ଟ ପିନ୍ଧା ଯୁବକ । ମହିଳାଙ୍କ କାରବାର ଉପରେ ନଜର ରଖିଛନ୍ତି । ଆଖି ପିଛୁଳାକେ ହାତ ବୁଲାଇ ମହିଳାଙ୍କ ଏଟିଏମ ବଦଳାଉଛନ୍ତି । ମହିଳା ହେଉଛନ୍ତି ସୁନ୍ଦରଗଡ଼ର ଜୟନ୍ତୀ ଟପ୍ପୋ । ଏଟିଏମରେ ଟଙ୍କା ଉଠାଇବା ପାଇଁ ଉଦ୍ୟମ କରି ଭୁଲ ଟ୍ରାଞ୍ଜାକ୍ସନ କରିଦେଇଥିଲେ । ଏହାର ଫାଇଦା ନେଇ ପଛରେ ଛିଡ଼ା ହୋଇଥିବା ଲୁଟେରା ପାସୱାର୍ଡକୁ ଦେଖି ଏଟିଏମ କାର୍ଡକୁ ବଦଳାଇ ଫେରା ମାରୁଛନ୍ତି । ପରେ ଅନ୍ୟ ଏକ ଏଟିଏମରୁ ୬୦ ହଜାର ଟଙ୍କା ଉଠାଇ ଫେରାର ହୋଇଯାଇଥିଲେ । ଏ ନେଇ ଅଭିଯୋଗ ପରେ ଖୋଳତାଡ଼ ଆରମ୍ଭ କରିଥିଲା ପୁଲିସ ।

ଏଟିଏମରୁ ଏଭଳି ଠକେଇ ଖବର ବାରମ୍ବାର ସାମ୍ନାକୁ ଆସୁଛି । ତେଣୁ ଏଟିଏମ ପିନ୍‌ ନମ୍ବର ଓ  ବ୍ୟାଙ୍କ ସମ୍ପର୍କିତ ତଥ୍ୟ କାହାକୁ ନ ଦେବାକୁ ପୁଲିସ ଲୋକଙ୍କୁ ଅନୁରୋଧ କରିଛି ।