ଜଳିଗଲେ ଆଉ ଏକ ନାବାଳିକା : ବରଗଡ଼ ପଦ୍ମପୁରରୁ ଆସିଲା ୧୩ ବର୍ଷର ନାବାଳିକା ପୋଡ଼ିର ଛାତିଥରା ଘଟଣା

ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି । ତାଙ୍କ ଶରୀରର ଏତେ ଅଂଶ ପୋଡ଼ିଯାଇଛି ଯେ, ଟିଭି ସ୍କ୍ରିନରେ ଦେଖାଇବା ସମ୍ଭବ ନୁହେଁ । 

16

କନକ ବ୍ୟୁରୋ : ବାଲେଶ୍ବର, ବଳଙ୍ଗା, ପଟ୍ଟାମୁଣ୍ଡାଇ ପରେ ଜଳିଗଲେ ଆଉ ଜଣେ ଛାତ୍ରୀ । ବରଗଡ଼ ଜିଲ୍ଲା ଗାଇସିଲେଟ୍ ଥାନା ଅଞ୍ଚଳରୁ ଆସିଛି ଏଭଳି ଏକ ହୃଦୟବିଦାରକ ଦୃଶ୍ୟ । ଅଷ୍ଟମ ଶ୍ରେଣୀରେ ପଢୁଥିବା ୧୩ ବର୍ଷୀୟା ନାବାଳିକା ଜଳିଯାଇଛନ୍ତି । ନାବାଳିକା ଜଣକ ତାଙ୍କ ମାମୁଘର ଗାଁରେ ଜଳିଯାଇଛନ୍ତି ।

ତେବେ କେମିତି ଜଳିଗଲେ ନାବାଳିକା? ନା କେହି ତାଙ୍କୁ ପେଟ୍ରୋଲ ଢାଳି ଜାଳିଦେଇଛି, ତାହା ସ୍ପଷ୍ଟ ହୋଇନି । ଏନେଇ ଆମ୍ବୁଲାନ୍ସକୁ ଖବର ଦିଆଯିବା ପରେ ଆମ୍ବୁଲାନ୍ସ ଆସିବାରେ ମଧ୍ୟ ବିଳମ୍ବ ହୋଇଥିଲା । ଯେଉଁଥିପାଇଁ ନାବାଳିକାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି । ନାବାଳିକା ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe