କନକ ବ୍ୟୁରୋ : ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ଅସଦାଚାରଣ ଅଭିଯୋଗ I ଏମ୍ସରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଯୁବତୀଙ୍କୁ ନର୍ସିଂ ଷ୍ଟାଫ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ନାନୁ ରାମ ଚୌଧୁରୀ ନାମକ ନର୍ସିଂ ଷ୍ଟାଫ ଅସଦାଚାରଣ କରିଥିବା ଅଭିଯୋଗ ନେଇ ଧାରଣା ଦେଇଛନ୍ତି ପୀଡିତା I ଅଭିଯୁକ୍ତଙ୍କୁ ଗିରଫ ଦାବି ନେଇ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ ପରେ ବି ପୋଲିସ କୌଣଷି ପଦକ୍ଷେପ ନେଲା ନାହିଁ, ଯେଉଁଥି ପାଇଁ ଆନ୍ଦୋଳନକୁ ଓହ୍ଲାଇଛି ଠିକା କର୍ମଚାରୀ ସଂଘ I
ସବୁ କାମ ବନ୍ଦ କରି ଏମ୍ସ ହସ୍ପିଟାଲ ସମ୍ମୁଖରେ ଚାଲିଛି ଧାରଣା I ଗତ ରାତ୍ରିରେ ପୀଡିତାଙ୍କ ଡ୍ୟୁଟି ଥିବା ବେଳେ ଅଭିଯୁକ୍ତ ନର୍ସିଂ ଷ୍ଟାଫ ନାନୁ ରାମ ଚୌଧୁରୀ ଡାକ୍ତରଙ୍କ ରୁମ୍ରେ ଭିତରୁ କବାଟ ଦେଇ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଆଣିଲେ ପୀଡ଼ିତା I ଜୀବନ ବିକଳରେ ସେହି ସମୟରେ କବାଟ ଖୋଲି ପଳେଇ ଆସିଲେ ଯୁବତୀ I ଶେଷରେ ଖଣ୍ଡଗିରି ଥାନାର ଦ୍ୱାରସ୍ଥ ପରେ ବି ପୋଲିସ ଚୁପ୍ ବସିଛି ଯାହାକୁ ନେଇ ଅସନ୍ତୋଷ ଜାହିର୍ କରି ଧାରଣା ରେ ବସିଛନ୍ତି କର୍ମଚାରୀ I ଏଥି ସହିତ
ପୀଡିତାଙ୍କୁ ନ୍ୟାୟ ନମିଳିଲା ଯାଏ emergency ବିଭାଗକୁ ଛାଡି ଏମ୍ସରେ କାମ ବନ୍ଦ ସହିତ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଉଛନ୍ତି ଠିକା କର୍ମଚାରୀ I
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/28/allegations-of-misconduct-2025-07-28-21-13-38.jpg)