ପୁରୀ ଜିଲ୍ଲା କଣାସରେ ଲକ୍ଷ୍ମୀ ବସ୍‌ ଭିତରେ ଆତଙ୍କ : ୭ ଯାତ୍ରୀଙ୍କୁ ନିର୍ମମ ଭାବେ ହାଣି ପକାଇଲା ଜଣେ ଯୁବକ

ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ ।

26

କନକ ବ୍ୟୁରୋ : ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍‌ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍‌ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ କଣାସ ଖାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ଅଭିଯୁକ୍ତ ଏବେ ଗଡ଼ିଶା ଗଦା ଥାନାରେ ରହିଛି । 

ସୂଚନା ଅନୁସାରେ, ଲକ୍ଷ୍ମୀ ବସ୍ ପୁରୀ କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା । ହଠାତ୍ ବିନ୍ଧଣ ଛକ ନିକଟରେ ବସ୍‌ରେ ପଛ ସିଟ୍‌ରେ ବସିଥିବା ଯୁବକ ଜଣଙ୍କ ଆସି ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଆକ୍ରମଣ କରିଥିଲା । ତେବେ କେଉଁ ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ଆକ୍ରମଣ କଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe