କନକ ବ୍ୟୁରୋ :ପୁରୀ କଣାସରେ ଜଘନ୍ୟ କାଣ୍ଡ । ବସ୍ ଭିତରେ ପଶି ଯାତ୍ରୀଙ୍କୁ ହାଣି ପକାଇଲା ଯୁବକ । ଘଟଣାରେ ୭ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଲକ୍ଷ୍ମୀ ବସ୍ରେ ଯାତ୍ରା କରୁଥିବାବେଳେ ବସ୍ ଭିତରେ ପଶି ୭ଜଣଙ୍କୁ ଅମାନୁଷିକ ଭାବେ ହାଣି ପକାଇଛି ଯୁବକ । ଖବର ପାଇ କଣାସ ଖାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିଛି । ଅଭିଯୁକ୍ତ ଏବେ ଗଡ଼ିଶା ଗଦା ଥାନାରେ ରହିଛି ।
ସୂଚନା ଅନୁସାରେ, ଲକ୍ଷ୍ମୀ ବସ୍ ପୁରୀ କଣାସରୁ ଗଡ଼ିଶାଗଦା ଅଭିମୁଖେ ଯାଉଥିଲା । ହଠାତ୍ ବିନ୍ଧଣ ଛକ ନିକଟରେ ବସ୍ରେ ପଛ ସିଟ୍ରେ ବସିଥିବା ଯୁବକ ଜଣଙ୍କ ଆସି ସାମ୍ନାରେ ବସିଥିବା ଯାତ୍ରୀଙ୍କୁ ଆକ୍ରମଣ କରିଥିଲା । ତେବେ କେଉଁ ଉଦ୍ଦେଶ୍ୟରେ ଯୁବକ ଜଣଙ୍କ ଆକ୍ରମଣ କଲା ସେନେଇ କୌଣସି ସୂଚନା ମିଳିପାରି ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/07/26-2025-10-07-13-20-50.jpg)