କନକ ବ୍ୟୁରୋ : ଆମେରିକାର ନ୍ୟୁୟର୍କରେ ଗୁଳିକାଣ୍ଡ । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି । ମୃତକ ୩ ଜଣ ପୁରୁଷ ହୋଇଥିବା ବେଳେ ୫ ଜଣ ପୁରୁଷ ଓ ୩ ଜଣ ମହିଳା ଆହତ ହୋଇଛନ୍ତି । ସେମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୋଟିଏ ରେଷ୍ଟୁରାଣ୍ଟରେ ଏହି ଗୁଳିକାଣ୍ଡ ଘଟିଛି । ଏକାଧିକ ବନ୍ଧୁକଧାରୀ ଗୁଳିଚାଳନା କରିଥିବାର ସୂଚନା ରହିଛି ।
ତେବେ ଅଭିଯୁକ୍ତମାନେ ଏବେବି ଫେରାର ଅଛନ୍ତି । ମୋଟ୍ ୩୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା । ଆମେରିକାରେ ବହୁ ସମୟରେ ଗୁଳିକାଣ୍ଡ ପରି ଘଟଣା ଘଟିଆସୁଛି । ଅଗଷ୍ଟ ୯ରେ ଜଣେ ନାବାଳକର ଗୁଳିମାଡ଼ରେ ନ୍ୟୁୟର୍କ ସିଟିରେ ୩ ଜଣ ଆହତ ହୋଇଥିଲେ । ୨୦୨୦ରେ ଆମେରିକାରେ ୬୧୦ଟି ଗୁଳିକାଣ୍ଡ ଘଟଣା ଘଟିଥିବା ବେଳେ ୨୦୨୧ରେ ଏହାର ସଂଖ୍ୟା ଥିଲା ୬୮୯ । ସେହିପରି ୨୦୨୨ରେ ୬୪୩, ୨୦୨୩ରେ ୬୫୯, ୨୦୨୪ରେ ୫୦୩ଟି ଗୁଳିକାଣ୍ଡ ଘଟିଥିଲା । ଚଳିତବର୍ଷ ଆମେରିକାରେ ଏଯାଏଁ ପ୍ରାୟ ୩ଶହ ଗୁଳିକାଣ୍ଡ ଘଟିସାରିଲାଣି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/08/18/06-2025-08-18-07-34-57.jpg)