କନକ ବ୍ୟୁରୋ : ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କୁତୁର୍ଲା ପଞ୍ଚାୟତ ମୁରସିଂ ପର୍ଶୁପାଲିର ଜଣେ ଯୁବକଙ୍କୁ ଛୁରାମାଡ଼ । ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ପର୍ଶୁପାଲିର ଦୁଲେଶ୍ଵର ନାଗଙ୍କୁ ଛୁରୀ ଭୁସି ଫେରାର ହୋଇଛନ୍ତି । ପାଖରେ ଥିଲା ଦୁଲେଶ୍ୱରଙ୍କ ସହଯୋଗୀ ପ୍ରେମଲାଲ ବିଶି ମଧ୍ୟ ଦୁର୍ବୃତ୍ତର ଆକ୍ରମଣରେ ଆହତ ହୋଇଛନ୍ତି । ଖବରପାଇ ଦେଓଗାଁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ପ୍ରଥମେ ଦେଓଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରେ ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ସ୍ଥାନାନ୍ତର କରିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।
ବିଳମ୍ବିତ ରାତିରେ ଯୁବକଙ୍କୁ ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର
ଗତକାଲି ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ପର୍ଶୁପାଲିର ଦୁଲେଶ୍ଵର ନାଗଙ୍କୁ ଛୁରୀ ଭୁସି ଫେରାର ହୋଇଛନ୍ତି । ପାଖରେ ଥିଲା ଦୁଲେଶ୍ୱରଙ୍କ ସହଯୋଗୀ ପ୍ରେମଲାଲ ବିଶି ମଧ୍ୟ ଦୁର୍ବୃତ୍ତର ଆକ୍ରମଣରେ ଆହତ ହୋଇଛନ୍ତି ।
/kanak/media/media_files/2025/07/08/miscreant-stabbed-a-young-man-2025-07-08-11-21-25.jpg)