କନକ ବ୍ୟୁରୋ: ସିସିଟିଭିରେ କଏଦ ହେଲା ବାଇକ୍ ଚୋରି । କୋରାପୁଟ୍‌ ବୈପାରିଗୁଡ଼ାରୁ ଆସିଲା ବାଇକ୍‌ ଚୋରିର ଝଲକ । ଦିନକୁ ଦିନ ବୈପାରିଗୁଡା ବ୍ଲକରେ ବାଇକ୍ ଚୋର ଗ୍ୟାଙ୍ଗ ସକ୍ରିୟ ହେଉଛନ୍ତି । ୧୩ ଦିନ ଭିତରେ ତିନୋଟି ବାଇକ୍ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗତକାଲି ରାତିରେ ମଧ୍ୟ ଦଶମନ୍ତପୁର ପଞ୍ଚାୟତର ପଟ୍ରୋଗୁଡା ଗାଁର ସାଗର ବାରିକଙ୍କ ବାଇକ୍ ଚୋରି ହୋଇଥିବା ନେଇ ବୈପାରିଗୁଡା ଥାନାରେ ଏତଲା ଦିଆଯାଇଛି । ଭଡ଼ା ଘର ଆଗରେ ରଖିଥିବା ନିଜ ବାଇକ୍ ନଥିବା ଦେଖି ବହୁ ଖୋଜାଖୋଜି କରିଥିଲେ । ନପାଇବାରୁ ଘର ମାଲିକଙ୍କ ସିସିଟିଭି କ୍ୟାମେରା ଫୁଟେଜ ଦେଖିଥିଲେ । ଦୁଇ ଦୁବୃର୍ତ୍ତ ବିଳମ୍ବିତ ରାତିରେ ବାଇକ୍ ଚୋରି କରି ନେଇଥିବା ସିସିଟିଭିରେ କଏଦ ହୋଇଛି । 

Advertisment

ପଶୁମାନଙ୍କର ବି ଥାଏ ଆଧାର କାର୍ଡ ?  ଜାଣନ୍ତୁ  କେଉଁ କାମରେ ଆସିଥାଏ  କାନରେ ଲଗାଇଯାଇଥିବା  ହଳଦିଆ  ଟ୍ୟାଗ୍‌

ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି ବୈପାରିଗୁଡା ପୁଲିସ । ସେହିପରି ଗତ ୧୭ ତାରିଖରେ ମାଠପଡା ପଞ୍ଚାୟତର ବଡ଼ ଅଣ୍ଡରି ଗାଁର ରାଜେନ୍ଦ୍ର ଗାଦବା, ଟିପାଗୁଡା ଗାଁରେ ଯାତ୍ରା ଦେଖିବାକୁ ଯାଇଥିବାବେଳେ ତାଙ୍କ ବାଇକ୍ ଚୋରି ହୋଇଥିଲା । ସେହିପରି ୨୪ ତାରିଖରେ ରାମଗିରି ଗାଁର କୃଷ୍ଣଚନ୍ଦ୍ର ମହାପାତ୍ର ରାତିରେ ଖାଇବା ପରେ ନିଜ ଘର ପଛପଟେ ବାଇକ୍ ରଖି ଶୋଇବାକୁ ଯାଇଥିଲେ । ସକାଳୁ ଉଠିବା ପରେ ସେହି ସ୍ଥାନରେ ତାଙ୍କ ବାଇକ୍ ନଥିବା ଦେଖି ଚୋରି ହୋଇଥିବା ସନ୍ଦେହ କରି ରାମଗିରି ଫାଣ୍ଡିରେ ଏତଲା ଦେଇଥିଲେ । ପୁଲିସ ପେଟ୍ରୋଲିଂ ଜୋରଦାର କରିବା ସହ ଚୋରକୁ ଗିରଫ କରିବା ପାଇଁ ସାଧାରଣରେ ଦାବି ହୋଇଛି ।