ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର୍ : ଶୌଚ ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ମାରିଲେ ଚମ୍ପଟ

ପୁରୀ ଜିଲ୍ଲା ଗୋପ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି । ଦୁଇ ଜଣଙ୍କୁ ଧରିବାକୁ ଯାଇ ନୟାନ୍ତ ହୋଇଛି ଗୋପ ଥାନା ପୁଲିସ । 

vbfs

କନକ ବ୍ୟୁରୋ : ଥାନାରୁ ଦୁଇ ଅଭିଯୁକ୍ତ ଫେରାର । ପୁରୀ ଜିଲ୍ଲା ଗୋପ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି । ଦୁଇ ଜଣଙ୍କୁ ଧରିବାକୁ ଯାଇ ନୟାନ୍ତ ହୋଇଛି ଗୋପ ଥାନା ପୁଲିସ । 

ଗୋପ ପୁଲିସର ଦୁଇଟି ଟିମ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ହେଲେ ଗତ ରାତିରୁ ଏପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କର ପତ୍ତା ମିଳିପାରିନାହିଁ । ଦୋକାନରୁ ଚୋରି ଅଭିଯୋଗରେ ଗୋପ ପୁଲିସ ଉଠାଇ ଆଣି ପଚରାଉଚରା କରୁଥିଲା । ତେବେ ଗତକାଲି ସେମାନେ ଗୋପ ଥାନାରୁ ଚମ୍ପଟ ମାରିଛନ୍ତି । ଯାହାକୁ ନେଇ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । କେମିତି ପୁଲିସ ହାତରୁ ଏତେ ସହଜରେ ଅପରାଧୀ ଖସି ଚାଲିଗଲେ ବୋଲି ପ୍ରଶ୍ନ ଉଠୁଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe