କନକ ବ୍ୟୁରୋ : ଥାନାରୁ ଦୁଇ ଅଭିଯୁକ୍ତ ଫେରାର । ପୁରୀ ଜିଲ୍ଲା ଗୋପ ଥାନାରୁ ୨ ଜଣ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଶୌଚ ହେବା ବାହାନାରେ ପାଇଖାନା ସ୍କାଇ ଲାଇଟ ଭାଙ୍ଗି ଖସି ଯାଇଛନ୍ତି । ଦୁଇ ଜଣଙ୍କୁ ଧରିବାକୁ ଯାଇ ନୟାନ୍ତ ହୋଇଛି ଗୋପ ଥାନା ପୁଲିସ ।
ଗୋପ ପୁଲିସର ଦୁଇଟି ଟିମ ଏବେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି । ହେଲେ ଗତ ରାତିରୁ ଏପର୍ଯ୍ୟନ୍ତ ଦୁଇ ଅଭିଯୁକ୍ତଙ୍କର ପତ୍ତା ମିଳିପାରିନାହିଁ । ଦୋକାନରୁ ଚୋରି ଅଭିଯୋଗରେ ଗୋପ ପୁଲିସ ଉଠାଇ ଆଣି ପଚରାଉଚରା କରୁଥିଲା । ତେବେ ଗତକାଲି ସେମାନେ ଗୋପ ଥାନାରୁ ଚମ୍ପଟ ମାରିଛନ୍ତି । ଯାହାକୁ ନେଇ ପୁଲିସର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଛି । କେମିତି ପୁଲିସ ହାତରୁ ଏତେ ସହଜରେ ଅପରାଧୀ ଖସି ଚାଲିଗଲେ ବୋଲି ପ୍ରଶ୍ନ ଉଠୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/07/30/vbfs-2025-07-30-07-46-32.jpg)