କନକ ବ୍ୟୁରୋ : ତିନି ଦିନ ହେଲାଣି ନିଖୋଜ ୧୫ ବର୍ଷୀୟା ଛାତ୍ରୀ । ୧୦ମ ଶ୍ରେଣୀ ଛାତ୍ରୀ ନିଖୋଜ ଅଭିଯୋଗ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ ସନ୍ଧାନ ପାଉ ନାହିଁ । ଢେଙ୍କାନାଳ ସଦର ସିମିନଇ ଅଞ୍ଚଳର ସସ୍ମିତା ସିଂଙ୍କ ଝିଆରୀ ୨୭ ତାରିଖ ମଧ୍ୟ ରାତ୍ରରୁ ନିଖୋଜ ହୋଇଯାଇଛନ୍ତି । ଏନେଇ ସଦର ଥାନାରେ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଘରେ କୌଣସି ପ୍ରକାର କଳି ଝଗଡ଼ା ନଥିବା କଥା ମାଉସୀ କହିଛନ୍ତି ।
ସେପଟେ ଛାତ୍ରୀଙ୍କ ସାଇକଲ ଢେଙ୍କାନାଳ ରେଳ ଷ୍ଟେସନ ନିକଟରୁ ମିଳିଛି । ତେଣୁ ସେ ଟ୍ରେନରେ କୁଆଡ଼େ ଯାଇଥିବା ଅନୁମାନ କରାଯାଉଛି । ଢେଙ୍କାନାଳ ପୁଲିସର ୨ଟି ଟିମ୍ ନାବାଳିକାକୁ ଖୋଜିବାକୁ ବିଭିନ୍ନ ଅଞ୍ଚଳ ପଇଁତରା ମାରୁଛନ୍ତି ବୋଲି ଏସପି କହିଛନ୍ତି । ଜିଲ୍ଳା ଶିଶୁ ମଙ୍ଗଳ କମିଟିରେ ମଧ୍ୟ ଆଜି ଅଭିଯୋଗ କରିଛନ୍ତି । କମିଟି ଅଧ୍ୟକ୍ଷ ପୁଲିସର ତତ୍ପରତାକୁ ଅନୁଧ୍ୟାନ କରିବା ସହିତ ନାବାଳିକାକୁ ଉଦ୍ଧାର ପାଇଁ ସମସ୍ତ ଚେଷ୍ଟା କରାଯାଉଥିବା କଥା କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/07/31/15-yr-old-girl-missing-2025-07-31-07-55-58.jpg)