କନକ ବ୍ୟୁରୋ : ଛାତ୍ର ମୃତ୍ୟୁକୁ ନେଇ ମହାଭାରତ । ଗୁଜୁରାଟ ଅମହମ୍ମଦାବାଦର ଏକ ଘରୋଇ ସ୍କୁଲରେ ପ୍ରବଳ ହଙ୍ଗାମା । ଦଶମ ଶ୍ରେଶୀ ଛାତ୍ରକୁ ଜଣେ ନବମ ଶ୍ରେଣୀ ଛାତ୍ର ହତ୍ୟା କରିଥିବା ଅଭିଯୋଗ ହୋଇଛି । ସ୍କୁଲ ସାମ୍ନାରେ ଛୁରାମାଡ଼ କରି ହତ୍ୟା କରାଯାଇଛି । ଗତକାଲି ଏହି ଘଟଣା ଘଟିଥିଲା । ଛୁରାମାଡ଼ କରାଯିବା ପରେ ଛାତ୍ରଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ତୀବ୍ର ହୋଇଛି ଉତ୍ତେଜନା । 

Advertisment

ଅଭିଭାବକଙ୍କ ସହ ଲୋକେ ଏକାଠି ହୋଇ ସ୍କୁଲ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସ୍କୁଲ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ଏବିଭିପି କାର୍ଯ୍ୟକର୍ତ୍ତା ମଧ୍ୟ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ସ୍କୁଲ କର୍ମଚାରୀଙ୍କୁ ମଧ୍ୟ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଭାବକଙ୍କ ଆକ୍ରୋଶକୁ ଦେଖି ସ୍କୁଲରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଦୁଇ ଛାତ୍ରଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ପ୍ରଥମେ କଥା କଟାକଟି ହୋଇଥିଲା । ଏହା ପରେ କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଶେଷରେ ଛାତ୍ର ଜଣଙ୍କ ଅନ୍ୟ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଥିଲେ ।