ପାରିବାରିକ କଳହକୁ ନେଇ ବାପାକୁ ପିଟିପିଟି ମାରିଦେଲେ ସ୍ତ୍ରୀ ଓ ଦୁଇ ଝିଅ : ହତ୍ୟାକାଣ୍ଡ ପରେ ଫେରାର ୩ ଅପରାଧି , ପୁଲିସର ତଦନ୍ତ ଆରମ୍ଭ

1,388

ବାପାକୁ ହତ୍ୟା କଲେ ସ୍ତ୍ରୀ ଓ ଦୁଇ ଝିଅ । ତାଳଚେର ସମଲ ଥାନା ସିଲିଂ ଗାଁରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ବାପାଙ୍କୁ ହତ୍ୟା କରିଥିବା ସୂଚନା ରହିଛି । କୌଣସି କାରଣରୁ ପରିବାରରେ ଝଗଡ଼ା ହୋଇଥିଲା, ଏହି ଝଗଡ଼ା ବେଳେ ଉତ୍ୟକ୍ତ ହୋଇ ସ୍ତ୍ରୀ ଏବଂ ଦୁଇ ଝିଅ ବାପା ସୁନନ୍ଦକୁ ମରଣାତ୍ମକ ଆକ୍ରମଣ କରିଥିଲେ । କାଠ ଫାଳିଆ ଓ ଶାବଳରେ ଆକ୍ରମଣ ଫଳରେ ଘର ଭିତରେ ହିଁ ସୁନନ୍ଦଙ୍କ ମୃତ୍ୟୁ ହୋଇଥିଲା ।

ଗାଁ ଲୋକ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ହତ୍ୟାକାଣ୍ଡ ପରେ ମା’ ଏବଂ ଦୁଇ ଝିଅ ଫେରାର ଅଛନ୍ତି । ଘରର କାନ୍ଥରେ ରକ୍ତ ଛିଟା ଲାଗିଥିବା ବେଳେ ହତ୍ୟାରେ ବ୍ୟବହୃତ ହୋଇଥିବା କାଠ ଫାଳିଆକୁ ଜବତ କରିଛି ପୋଲିସ ।