ଭୋରୁ ଭୋରୁ ଭୟାନକ ହତ୍ୟାକାଣ୍ଡର ସତ ବଖାଣିଲା ଗୋବିନ୍ଦ । କେମିତି ମାରିଲା, କେମିତି ପୋଡିଲା, ପୁଲିସ କରାଇଲା ସିନ୍ ରିକ୍ରିଏସନ୍?

864

କନକ ବ୍ୟୁରୋ : କେମିତି ମମତାଙ୍କୁ ମାରିଥିଲା ଗୋବିନ୍ଦ, କେମିତି ପ୍ରମାଣ ନଷ୍ଟ ପାଇଁ ଯୋଜନା କରିଥିଲା ସେ ସବୁ ଅତି ସହଜ ଭାବରେ ପୋଲିସକୁ ଗୋଟି ଗୋଟି କରି ବର୍ଣ୍ଣନା କରିଛି । କ୍ରାଇମ୍ ସ୍ପଟରେ ଗୋବିନ୍ଦକୁ ନେଇ ପୂରା କ୍ରାଇମସିନକୁ ରିକ୍ରିଏସନ୍ କରାଇଛି ପୋଲିସ । ଉତରାଞ୍ଚଳ ଡିଆଇଜି, ବଲାଙ୍ଗୀର ଏସପି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ ଅପରାଧର ରିକ୍ରିଏସନ୍ କରାଯାଇଛି । ଘଟଣା ସମୟରେ ସାଇଂଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ରହିଥିଲେ । ରିକ୍ରିଏସନର ଭିଡିଓଗ୍ରାଫି ମଧ୍ୟ କରାଯାଇଛି ।

କେମିତି ମମତାଙ୍କୁ ମାରିଥିଲା, କେମିତି ପ୍ରମାଣ ନଷ୍ଟ ପାଇଁ ଯୋଜନା କରିଥିଲା, ପେଶାଦାର ଅପରାଧି ଭଳି ପୁଲିସକୁ ଗୋଟି ଗୋଟି କହିଛି ଅଭିଯୁକ୍ତ ଗୋବିନ୍ଦ ସାହୁ । କ୍ରାଇମସ୍ପଟରେ ଗୋବିନ୍ଦକୁ ନେଇ ପୂରା କ୍ରାଇମସିନକୁ ରିକ୍ରିଏସନ୍ କରାଇଛି ପୋଲିସ । ଉତ୍ତରାଂଚଳ ଡିଆଇଜି, ବଲାଙ୍ଗୀର ଏସପି ଓ ତଦନ୍ତକାରୀ ଅଧିକାରୀଙ୍କ ଉପସ୍ଥିତିରେ ଅପରାଧର ରିକ୍ରିଏସନ୍ କରାଯାଇଛି । ଘଟଣା ସମୟରେ ସାଇଂଟିଫିକ୍ ଟିମ୍ ମଧ୍ୟ ଉପସ୍ଥିତ ରହିଥିଲେ । ରିକ୍ରିଏସନର ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ମମିତା ମେହେରଙ୍କ ପୋଡ଼ି ଯାଇଥିବା କିଛି ଅଂଶ ଫରେନସିକ୍ ଟିମକୁ ମିଳିଛି । ଯେଉଁଥିରେ ଲୁଣ ଲାଗିଥିବା କିଛି ଛୋଟ ଛୋଟ ହାଡ ଥିବା ଦେଖିବାକୁ ମିଳିଛି ।

ଭୋରୁ ଭୋରୁ ପୁଲିସ ସାମନାରେ ନୃଶଂସ ହତ୍ୟାକାଣ୍ଡର ପୂରା କାହାଣୀ ବଖାଣିଛି ଗୋବିନ୍ଦ ସାହୁ । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ୁଥିବା ଏହି ବ୍ୟକ୍ତି, ପେଶାଦାର ଅପରାଧି ଭଳି ଅତି ସ୍ୱାଭାବିକ ଭାବେ ଠିଆ ହୋଇ ନିଜ କୁକର୍ମକୁ ଏମିତି ବଖାଣୁଛି, ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ ।ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ନେଇ କ୍ରାଇମସ୍ପଟରେ କ୍ରାଇମସିନର ରିକ୍ରିଏସନ୍ କରାଇଛି ପୋଲିସ । ପାଖାପାଖି ୧୫ ମିନିଟ୍ ଧରି ପୋଲିସକୁ ହତ୍ୟା ସଂପର୍କରେ ଜଣାଇଥିଲା ଗୋବିନ୍ଦ । କେମିତି ତଂଟି ଚିପି ମମିତାଙ୍କୁ ମାରିଥିଲା, କିପରି ପ୍ରମାଣ ନଷ୍ଟ ପାଇଁ ପୂରା ଯୋଜନା କରିଥିଲା ଗୋଟି ଗୋଟି କହିଥିଲା ପୁଲିସକୁ ।

ଏହି ହତ୍ୟା କାହାଣୀ, ଫିଲ୍ମର କାହାଣୀ ଠାରୁ ବି ବଳି ଯାଇଥିଲା । ହତ୍ୟା କରିବା ପରେ କିପରି କୌଣସି ପ୍ରମାଣ ପୁଲିସକୁ ମିଳିବ ନାହିଁ, ଯୋଜନା କରିଥିଲା ଗୋବିନ୍ଦ । ଯୋଜନା ମୁତାବକ ଚାନ୍ଦୋତାରା ଛକରୁ ମମତାଙ୍କୁ ଗାଡି ବସାଇ ଆଣିଥିଲା । ଆଉ ଗାଡି ଭିତରେ ତଂଟି ଚିପି ନୃଶଂସ ଭାବେ ହତ୍ୟା କରିଥିôଲା । ଏହା ପରେ ଆରମ୍ଭ ହୋଇଥିଲା ପ୍ରମାଣ ନଷ୍ଟ ପାଇଁ ଯୋଜନା । ଗୋଟିଏ ଦିନ ପୂର୍ବରୁ ଷ୍ଟାଡିୟମ ଭିତରେ ଖୋଳା ଯାଇଥିବା ଗାତରେ କାଠ ରଖାଯାଇଥିଲା । ମମିତାଙ୍କୁ ମୃତଦେହକୁ ରଖି ଜେସିବି ସାହାଯ୍ୟରେ ଖଣ୍ଡ ଖଣ୍ଡ କରିଥିଲା ଗୋବିନ୍ଦ । ଖଣ୍ଡ ବିଖଣ୍ଡିତ ମୃତଶରୀର ଉପରେ ଟାୟାର, ଭଙ୍ଗା ଡେସ୍କ, ବେଂଚ ପକାଇ ପୋଡି ଦେଇଥିଲା । ଏଥିସହ ମମିତା ବ୍ୟବହାର କରୁଥିବା ମୋବାଇଲ ଓ ତାଙ୍କ ବ୍ୟାଗକୁ ବି ନିଆଁକୁ ଫିଙ୍ଗି ଦେଇଥିଲା ଗୋବିନ୍ଦ । ଏହିପରି ଭାବେ ପ୍ରମାଣକୁ ବାଏଁ ବାଏଁ ଉଡାଇ ଦେବାକୁ ଉଦ୍ୟମ କରିଥିଲା । ଯାହା ଯାହା କରିଥିଲା, ପୁଲିସ ଆଗରେ କ୍ରାଇମସ୍ପଟରେ ପୂରା କାହାଣୀକୁ ଦୋହରାଇଛି ଅଭିଯୁକ୍ତ ।

ବଲିଉଡ୍ ସିନେମା ଦୃଶ୍ୟମର ପ୍ରତି ସିନରେ ଥିଲା ଟ୍ୱିଷ୍ଟ ଆଉ ସସପେନ୍ସ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଏକ ମର୍ଡର କେସର ପ୍ରମାଣ ନଷ୍ଟ ପାଇଁ ସଂପୂର୍ଣ୍ଣ ନକ୍ସା ପ୍ରସ୍ତୁତ ହୋଇଥିଲା । ଏହା ଥିଲା ବଲିଉଡର କାହାଣୀ, ହେଲେ ରିଏଲ ଲାଇଫ୍ରେ ଗୋବିନ୍ଦ ସାହୁ, ମମିତାଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ପାଇଁ ଆହୁରି ଭୟଙ୍କର ଭାବେ ଆଙ୍କିଥିଲା ବ୍ଲୁ-ପ୍ରିଂଟ । କିପରି ମମିତାଙ୍କୁ ମାରିଲା, କିପରି ମୃତଶରୀରକୁ ପୋଡି, ପୋତି ଦେଇଥିଲା, ପୁଲିସକୁ ତା’ର ଡେମୋ ଦେଖାଇଛି ଗୋବିନ୍ଦ ।