"କ୍ରାଇମ୍ ପେଟ୍ରୋଲ'ର ଅଭିନେତା କମଲେଶ୍ ପାଣ୍ଡେ କରିଛନ୍ତି ଆତ୍ମହତ୍ୟା

"କ୍ରାଇମ୍ ପେଟ୍ରୋଲ'ର  ଅଭିନେତା କମଲେଶ୍ ପାଣ୍ଡେ କରିଛନ୍ତି  ଆତ୍ମହତ୍ୟା

ସୋନି ଟିଭିରେ ପ୍ରସାରିତ ଲୋକପ୍ରିୟ ଧାରାବାହିକ "କ୍ରାଇମ୍ ପେଟ୍ରୋଲ'ର ଅଭିନେତା କମଲେଶ୍ ପାଣ୍ଡେ ଆତ୍ମହତ୍ୟା କରିଛନ୍ତି । "କ୍ରାଇମ୍ ପେଟ୍ରୋଲ'ରେ ଅନେକଥର ପୁଲିସ ଚରିତ୍ରରେ ଅଭିନୟ କରିଛନ୍ତି କମଲେଶ୍ । କମଲେଶ୍ ନିଜ ଛାତି ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି । ମଧ୍ୟପ୍ରଦେଶର ଜବଲପୁର ସଂଜୀବନୀ ନଗରରେ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

କମଲେଶ ଆତ୍ମହତ୍ୟା କରିଥିବା ସମୟରେ ତାଙ୍କ ପତ୍ନୀଙ୍କ ବଡ ଭଉଣୀ ଅଂଜନୀ ଚର୍ତୁବେଦୀ ଉପସ୍ଥିତ ଥିଲେ । ଅଂଜନୀ କିଛିଦିନ ତଳେ ନିଜର ଝିଅଙ୍କ ବିବାହ କରିଥିଲେ କିନ୍ତୁ, ସେହି ବିବାହ ଉତ୍ସବକୁ କମଲେଶଙ୍କୁ ଡାକିନ'ଥିଲେ ଏହାକୁ ନେଇ କମଲେଶ ଦୁଃଖ ଏବଂ ବିବ୍ରତରେ ଥିଲେ ଏବଂ ବହୁତ ପାଟିତୁଣ୍ଡ ମଧ୍ୟ କରିଥିଲେ।

ପ୍ରଥମେ ସେ ବନ୍ଧୁକ ପକେଟରୁ କାଢି ଶୂନ୍ୟରେ ଗୁଳି ଚଳାଇଥିଲେ, ପରେ ସେ ନିଜ ଛାତି ଉପରକୁ ଗୁଳି ଚଳାଇଥିଲେ । କମଲେଶଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଥିଲା, କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । କମଲେଶଙ୍କ ସ୍ତ୍ରୀଙ୍କ ସହିତ ତାଙ୍କର ଦୁଇଟି ପିଲାଙ୍କୁ ମଧ୍ୟ ସେ ଅନାଥ କରି ଚାଲିଯାଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe