କନକ ବ୍ୟୁରୋ : ଟିକା ଦେବାକୁ ଯାଇଥିବାବେଳେ ମହିଳାଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଭୁବନେଶ୍ୱର କଳିଙ୍ଗ ବିହାର ଅଂଚଳରେ ଏହି ଘଟଣା ଘଟିଛି । ଖବର ଅନୁସାରେ, ଗତକାଲି ଅପରାହ୍ନରେ କଳିଙ୍ଗ ବିହାରର ସସ୍ମିତା ମହାପାତ୍ର ପଡିଶା ଘରେ ଝିଅକୁ ଛାଡି ଟିକା ଦେବା ପାଇଁ ଯାଇଥିଲେ । ଏକ ଘଂଟା ପରେ ଘରକୁ ଫେରି ଦେଖିବାବେଳେ ଘର ଖୋଲାଅଛି, ଲକରରେ ଥିବା ବ୍ୟାଗରୁ ସମସ୍ତ ସୁନା ଲୁଟ୍ ହୋଇଛି । ଏଥି ମଧ୍ୟରେ ରହିଛି ସୁନାଚୁଡି, ସୁନା ଲକେଟ, ଶଙ୍ଖା । ଏ ନେଇ ସଂପୃକ୍ତ ମହିଳା ତମାଣ୍ଡୋ ଥାନାରେ ଏତଲା ଦେଇଛନ୍ତି ।
ଭ୍ୟାକସିନ୍ ଦେବାକୁ ଯାଇଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଘରେ ପଶି ଲକ୍ଷାଧିକ ଟଙ୍କାର ଲୁଟ୍
/kanak/media/post_attachments/wp-content/uploads/2021/09/14-40.jpg)