ପାରିବାରିକ କଳହର ପରିଣତି : ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ସ୍ୱାମୀ; ଗାଁ ଲୋକଙ୍କ ପାଇଁ ଜୀବନ ପାଇଲା ୩ ବର୍ଷର  ଝିଅ 

277

କନକ ବ୍ୟୁରୋ : କରୋନା କାଳରେ ପାରିବାରିକ କଳହର କରୁଣ ପରିଣତି । ସ୍ତ୍ରୀ ଓ ୭ ବର୍ଷର ପୁଅକୁ ହତ୍ୟା କଲା ନୃଶଂସ ସ୍ୱାମୀ । ଗାଁ ଲୋକ ପହଁଚି ଯିବାରୁ ଜୀବନ ରକ୍ଷା ପାଇଲା ୩ ବର୍ଷର କୁନି ଝିଅ । ଗ୍ରାମବାସୀ ହତ୍ୟାକାରୀ ସ୍ୱାମୀ ଧବୁଲୁ ମୁଦୁଲିକୁ ଧରି ପୋଲିସରେ ଦେଇଛନ୍ତି । କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ହରଡାପଗୁଡା ଗାଁରେ ଘଟିଛି ଏପରି ଲୋମଟାଙ୍କୁରା ହତ୍ୟାକାଣ୍ଡ । ପାରିବାରିକ ଝଗଡା ଆଜି ସକାଳେ ଅତି ବଢିବା ପରେ ଏପରି ହତ୍ୟାକାଣ୍ଡ ଘଟିଥିବା ପୋଲିସ କହିଛି । ହତ୍ୟାକାରୀ ସ୍ୱାମୀକୁ ପୋଲିସ ଅଟକ ରଖି ପଚରାଉଚରା କରୁଛି ।