କନକ ବ୍ୟୁରୋ : ସହରରେ ଏସଡ଼ିପିଓଙ୍କ କାର୍ୟ୍ୟାଳୟ ସମେତ ୩ଟି ଥାନା ଅଛି। ସାରା ସହରକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି। ତଥାପି ଅପରାଧ କାର୍ୟ୍ୟକଳାପ ବଢ଼ିଛି। ଗତ ୬ ମାସରେ ୫୧୫ରୁ ଅଧିକ ଅପରାଧିକ ମାମଲା ରୁଜୁ ହୋଇଛି। ହତ୍ୟା, ଚୋରି ରାହାଜାନି ଓ ଲୁଟ ନିତିଦିନିଆ ଘଟଣା ହୋଇଗଲାଣି। ରାତି ପାହିଲେ କାହା ପାଳି ପଡିବ କହିହେବନି। ଆଇନ୍ ଶୃଙ୍ଖଳା ପରିସ୍ଥିତି ପାଇଁ ପୁଲିସକୁ ଦାୟୀ କରିଛନ୍ତି ଜୟପୁର ବିଧାୟକ।
ବିଧାୟକଙ୍କ ଅଭିଯୋଗ ପରେ ପ୍ରତିକ୍ରିୟା ରଖି କୋରାପୁଟ ଏସପି କହିଛନ୍ତି କିଛି ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟନୁଷ୍ଠାନ ନିଆଯାଇଛି। ଅପରାଧ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଛି। ଦୁର୍ଦ୍ଧାନ୍ତ ଅପରାଧିଙ୍କ ବିରୋଧରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟରେ ମାମଲା ରୁଜୁ କରାଯାଇଛି। ସହରବାସୀ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି କୋରାପୁଟ ଏସପି।
ଚୋରି କରିବା ଅପରାଧ, ଚୋରଙ୍କୁ ସହଯୋଗ କରିବା ମଧ୍ୟ ଅପରାଧ। ସୁରକ୍ଷା ଯୋଗାଉଥିବା ପୁଲିସ ଯଦି ସୁରକ୍ଷା ଭାଙ୍ଗିବେ, ତେବେ ଲୋକେ ଗୁହାରି କରିବା କାହାକୁ।