କନକ ବ୍ୟୁରୋ : ସୁକିନ୍ଦା ଥାନା ଅନ୍ତର୍ଗତ ଦୁଧୁଯୋରୀ ପଞ୍ଚାୟତର ଦାମୋଦରପୁର ଗ୍ରାମରେ ବୁଧବାର ରାତିରେ ଅଭାବନୀୟ ଘଟଣା ଘଟିଛି। ଦୁଇ ଭାଇ ଗ୍ରାମର ୫ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣିଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସୁକିନ୍ଦା ପୁଲିସ ପହଞ୍ଚି ବାପ-ପୁଅଙ୍କୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଅନ୍ୟ ଜଣେ ଭାଇ ଫେରାର ହୋଇଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସ୍ବର୍ଗତ ମଙ୍ଗୁଳି ଦିଆଣୀଙ୍କ ପୁଅ ଅଗାଧୁ ଦିଆଣୀ(୧୭) ସାଙ୍ଗମାନଙ୍କ ସହ ନୂଆ ବର୍ଷରେ ଭୋଜିକରି ନିଜ ଘରକୁ ଫରୁଥିବା ସମୟରେ ତାଙ୍କ ଘର ସାମ୍ନାରେ ମଦ୍ୟପାନ କରି ସରୋଜ ପ୍ରଧାନଙ୍କ ସାନପୁଅ ରହିବ ପ୍ରଧାନ(୨୧) ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ। ଏହାର ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଘରକୁ ଯାଇ ବଡଭାଇ ଦେବ ପ୍ରଧାନଙ୍କୁ ଏ ସ˚ପର୍କରେ କହିଥିଲା। ପରେ ଦେବ ଏବ˚ ରହିବ ଦୁଇ ଭାଇ ହାତରେ କଟୁରି ଏବ˚ ଖଣ୍ତା ଧରି ଅଗାଧୁଙ୍କୁ ତାଙ୍କ ଘର ଆଗରେ ଅତର୍କିତ ଆକ୍ରମଣ କରିଥିଲେ। ଅଗାଧୁଙ୍କ ମୁଣ୍ତ, ପିଠି ଓ ବେକକୁ ଦୁଇ ଭାଇ ଧାରୁଆ ଅସ୍ତ୍ରରେ ଚୋଟ ପରେ ଚୋଟ ପକାଇଥିଲେ। ଅଗାଧୁ ଘଟଣା ସ୍ଥଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛଟପଟ ହେଉଥିବା ଦେଖି ବିଜୟ ଦିଆଣୀ ଏବ˚ ତାଙ୍କ ପୁଅ ବିଜ୍ଞାନ ଦିଆଣୀ (୨୫), ଅଜୟ ଦିଆଣୀ, ପୁଅ ସୁମନ୍ତ ଦିଆଣୀ(୨୧) ଏବ˚ ଚିନୁ ଦେହୁରୀ(୩୯) ଅଗାଧୁକୁ ଉଦ୍ଧାର କରିବା ସହ ଦୁଇ ଭାଇଙ୍କୁ ଆୟତ୍ତକୁ ଆଣିବାକୁ ଉଦ୍ୟମ କରିଥିଲେ। ମାତ୍ର ଦୁଇ ଭାଇ ରହିବ ଏବ˚ ଦେବ ଅନ୍ୟ ୪ ଜଣଙ୍କୁ ମଧ୍ୟ ଗାଁ ଦାଣ୍ତରେ ଗୋଡ଼ାଇ ଗୋଡ଼ାଇ ହାଣିଥିଲେ। ଏହାକୁ ଦେଖି ଗ୍ରାମରେ କୋକୁଆ ଭୟ ଖେଳି ଯାଇଥିଲା।
ଖବର ପାଇ ସୁକିନ୍ଦା ଥାନା ଏସଆଇ ଅନ୍ତର୍ଯ୍ୟାମୀ ଶ୍ରୀ ଚନ୍ଦନ ଏବ˚ ଏସଆଇ ଶୌଳେନ୍ଦ୍ର କୁମାର ପାଣିଗ୍ରାହୀ ସମେତ ଅନ୍ୟ କର୍ମଚାରୀ ପହଞ୍ଚି ଆହତ ୫ଜଣଙ୍କୁ ଉଦ୍ଧାର କରି ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ମାତ୍ର ଅଗାଧୁଙ୍କ ଅବସ୍ଥା ସ˚କଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାସ୍ତର କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତ ଦେବ ଘଟଣା ସ୍ଥଳରୁ ଚମ୍ପଟ ମାରିଥିବା ବେଳେ ପୁଲିସ ସାନ ଭାଇ ରହିବ ପ୍ରଧାନ(୨୧) ଏବ˚ ବାପା ସରୋଜ ପ୍ରଧାନଙ୍କୁ ସୁକିନ୍ଦା ଥାନାକୁ ଅଣି ଅଟକ ରଖିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/01/murder.jpg)