ବିହାରରେ ଅଭାବନୀୟ ଚିତ୍ର ! ନାବାଳିକାକୁ ଜିଅନ୍ତା ଜାଳିଦେଲା ପ୍ରେମିକ, ଘଟଣାର ତଦନ୍ତ ଜାରି

ହାଥରସ୍ ଗଣଦୁଷ୍କର୍ମ ମାମଲା: ଏସପି, ଡିଏସପି ଓ ଇନ୍ସପେକ୍ଟର ସମେତ ଅନେକ ପୋଲିସ୍ ଅଧିକାରୀ ନିଲମ୍ବିତ । ପ୍ରାଥମିକ ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ନେଲେ ଯୋଗୀ ସରକାର । 

କନକ ବ୍ୟୁରୋ : ବିହାରରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳିକାକୁ ତା’ ପ୍ରେମିକ ଜାଳି ଦେଇଛି। ବିହାରର ବେଟିଆ ଜିଲ୍ଲାରେ ଏହି ଘଟଣା ଘଟିଛି। ପୀଡ଼ିତା ନାବାଳିକାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ତାଙ୍କର ମୃତ୍ୟୁ ହୋଇଯାଇଛି। ସୂଚନାନୁଯାୟୀ ନାବାଳିକା ୧ ମାସର ଗର୍ଭବତୀ ଅଛନ୍ତି। ସେ ତାଙ୍କ ପ୍ରେମିକଙ୍କ ଦ୍ବାରା ଯୌନ ନିର୍ଯ୍ୟାତନାର ଶିକାର ହୋଇଥିଲେ। ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ପ୍ରେମିକ ଶାରୀରିକ ସମ୍ପର୍କ ରଖିଥିଲା, ପରେ ନାବାଳିକା ଗର୍ଭବତୀ ହେବାରୁ ତାଙ୍କୁ ମାରିବା ପାଇଁ ଯୋଜନା କରିଥିଲା।

 ପୀଡ଼ିତା ଘରେ ଏକାକୀ ଥିବା ସମୟରେ ଅଭିଯୁକ୍ତ ଏବଂ ତା’ର ୨ ଜଣ ସାଥୀ ତାଙ୍କ ଘରେ ପଶି ପୀଡ଼ିତା ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ପଡ଼ୋଶୀମାନେ ଏ ସଂପର୍କରେ ଜାଣିବା ପରେ ପୀଡ଼ିତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଡାକ୍ତରଖାନା ନେଇଥିଲେ। ସେଠାରୁ ତାଙ୍କୁ ପାଟନା ପଠାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପୀଡ଼ିତାଙ୍କ ଶରୀର ୮୦ ପ୍ରତିଶତ ଜଳି ଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe