କନକ ବ୍ୟୁରୋ: ଓଏସଏସସି ଜେଇ ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ କରିବ କ୍ରାଇମବ୍ରାଂଚ । ଓଡ଼ିଶା ଷ୍ଟାଫ ସିଲେକସନ କମିସନ ଦ୍ୱାରା ପରିଚାଳିତ ଜୁନିଅର ଇଞ୍ଜିନିୟର ନିଯୁକ୍ତି ସ୍କାମର କ୍ରାଇମବ୍ରାଂଚ ତଦନ୍ତ ପାଇଁ ଏହି ନିର୍ଦ୍ଦେଶ ଦେଇଛନ୍ତ ହାଇକୋର୍ଟ । ଡିଆଇଜି ପାହ୍ୟାର ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କ ତତ୍ୱାବଧାନରେ ଏହି ତଦନ୍ତ ହେବ । ସରକାରୀ ପ୍ରେସ ପରିବର୍ତେ କୋଲକାତାର ଏକ ଘରୋଇ ପ୍ରେସରେ ପ୍ରଶ୍ନ ପତ୍ର ଛପା ଯିବା ନେଇ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି । ଅନ୍ୟପକ୍ଷରେ ଓଏସଏସସି ପକ୍ଷରୁ ମେନ୍ ପରୀକ୍ଷା ଦେବାକୁ ବାରଣ କରାଯାଇଥିବା ପିଲାଙ୍କୁ ଆଜି ଆଶ୍ୱସ୍ତି ମିଳିଛି । ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଆବେଦନକାରୀ ପରିକ୍ଷାର୍ଥୀଙ୍କୁ ପରୀକ୍ଷାରେ ସାମିଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନକାରୀ ପରିକ୍ଷାର୍ଥୀମାନେ ପରୀକ୍ଷା ଦେଲେ ମଧ୍ୟ ମୂଳ ମାମଲା ଫଳାଫଳ ଉପରେ ସବୁ କିଛି ନିର୍ଭର କରିବ ବୋଲି ଆଜି ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।