ଠକେଇର ଚେର ଖୋଜିବ କ୍ରାଇମବ୍ରାଂଚ: ୨ ଦିନ ରିମାଣ୍ଡରେ ପ୍ରଦୀପ ପାଣିଗ୍ରାହୀଙ୍କୁ ନେବାକୁ ଭୁବନେଶ୍ୱର କୋର୍ଟଙ୍କ ଅନୁମତି

ପାଠକ ବାପା-ପୁଅ ଲିଙ୍କ୍ ଓ ନିଯୁକ୍ତି ନାଁରେ ଠକେଇ ମାମଲାର ହେବ ଖୋଳତାଡ

79

କନକ ବ୍ୟୁରୋ: ରିମାଣ୍ଡରେ ଯିବେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ୨ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଂଚ ଏସଆଇଟି । ପ୍ରଦୀପ ପାଣିଗ୍ରାହୀଙ୍କୁ ରିମାଣ୍ଡ ନେବାକୁ ଭୁବନେଶ୍ୱର ଏସଡ଼ିଜେଏମ୍ କୋର୍ଟ ଆଜି ଅନୁମତି ଦେଇଛନ୍ତି । ରିମାଣ୍ଡ ବେଳେ ଠକେଇ ନେଇ ଅଧିକ ପଚରାଉଚରା କରିବ ଏସଆଇଟି ।

ଟାଟା ମୋଟରର୍ସରେ ଚାକିରୀ କରାଇ ଦେବା ନାଁରେ ଆକାଶ ପାଠକଙ୍କ ସହ ମିଶି ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଆଶାୟୀ ଯୁବକ ଯୁବତୀଙ୍କୁ ଠକିଥିଲେ । ଏପରିକି ଟଙ୍କା ନେଇ ଆଶାୟୀଙ୍କୁ ଜାଲ କାଗଜ ପତ୍ର ଦେଉଥିଲେ । ଏନେଇ ପ୍ରଦୀପଙ୍କ ବିରୋଧରେ ଗଂଜାମରେ ଅନେକ ଅଭିଯୋଗ ଆସିଛି । ସେପଟେ ପ୍ରଦୀପଙ୍କୁ ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ଦାୟିତ୍ୱ ଦିଆଯାଇଛି ।