ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ ମେହେରଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ, ପାଟଣାଗଡ଼ ଏସଡିଜେଏମ୍ କୋର୍ଟରେ କରାଯାଇଥିଲା ହାଜର

Advertisment
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ମାମଲା: ପୁଞ୍ଜିଲାଲ ମେହେରଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ, ପାଟଣାଗଡ଼ ଏସଡିଜେଏମ୍ କୋର୍ଟରେ କରାଯାଇଥିଲା ହାଜର

କନକ ବ୍ୟୁରୋ: ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଆଜି ପାଟଣାଗଡ କୋର୍ଟରେ ହାଜର କରିଛି କ୍ରାଇମବ୍ରାଂଚ । ଗତକାଲି ରିମାଣ୍ଡ ଅବଧି ସରିବା ପରେ ବିଳମ୍ବିତ ରାତିରେ ପୁଞ୍ଜିଲାଲକୁ କଟକରୁ ପାଟଣାଗଡକୁୁ ଅଣାଯାଇଥିଲା । ଗତ ରାତିରେ କ୍ରାଇମବ୍ରାଂଚ ଟିମ ପୁଂଜିଲାଲକୁ ନେଇ ପାଟଣାଗଡ ଆସିବା ପରେ ତାଙ୍କୁ କେନ୍ଦୁପତ୍ର ବାଙ୍ଗଲାରେ ରଖିଥିଲା ।

publive-image

ଆଜି ତାଙ୍କୁ ପାଟଣାଗଡ ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପାଟଣାଗଡ ଏସଡିଜିଏମ କୋର୍ଟରେ ପୁଞ୍ଜିଲାଲକୁ ହାଜର କରିବା ପରେ ପୁଣି ୮ ଦିନ ରିମାଣ୍ଡ ଆଣିବାକୁ କ୍ରାଇମବ୍ରାଂଚ ଆବେଦନ କରିଥିଲା । ତେବେ ପୁଞ୍ଜିଲାଲ ମେହେରଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ବି ପୂର୍ବରୁ ୬ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କୁ ରାୟପୁର ନେଇ ଯାଂଚ କରିବାରୁ ଯୋଜନା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe