କନକ ବ୍ୟୁରୋ: ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରଙ୍କୁ ଆଜି ପାଟଣାଗଡ କୋର୍ଟରେ ହାଜର କରିଛି କ୍ରାଇମବ୍ରାଂଚ । ଗତକାଲି ରିମାଣ୍ଡ ଅବଧି ସରିବା ପରେ ବିଳମ୍ବିତ ରାତିରେ ପୁଞ୍ଜିଲାଲକୁ କଟକରୁ ପାଟଣାଗଡକୁୁ ଅଣାଯାଇଥିଲା । ଗତ ରାତିରେ କ୍ରାଇମବ୍ରାଂଚ ଟିମ ପୁଂଜିଲାଲକୁ ନେଇ ପାଟଣାଗଡ ଆସିବା ପରେ ତାଙ୍କୁ କେନ୍ଦୁପତ୍ର ବାଙ୍ଗଲାରେ ରଖିଥିଲା ।
ଆଜି ତାଙ୍କୁ ପାଟଣାଗଡ ଏସଡିଜିଏମ କୋର୍ଟରେ ହାଜର କରାଯାଇଛି । ପାଟଣାଗଡ ଏସଡିଜିଏମ କୋର୍ଟରେ ପୁଞ୍ଜିଲାଲକୁ ହାଜର କରିବା ପରେ ପୁଣି ୮ ଦିନ ରିମାଣ୍ଡ ଆଣିବାକୁ କ୍ରାଇମବ୍ରାଂଚ ଆବେଦନ କରିଥିଲା । ତେବେ ପୁଞ୍ଜିଲାଲ ମେହେରଙ୍କୁ ପୁଣି ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ପୂର୍ବରୁ ବି ପୂର୍ବରୁ ୬ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଦ୍ୱିତୀୟ ଦଫା ରିମାଣ୍ଡ ସମୟରେ ତାଙ୍କୁ ରାୟପୁର ନେଇ ଯାଂଚ କରିବାରୁ ଯୋଜନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/05/Screen-shot-2018-05-02-at-10.12.04-AM.png)
/kanak/media/post_attachments/wp-content/uploads/2018/05/Screen-shot-2018-05-02-at-8.09.11-AM-300x218.png)