କଣ୍ଟାମାଳ ଥାନା ଘଣ୍ଟପଡାରୁ ବାଘ ଛାଲ ଜବତ । ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ୍

55

କନକ ବ୍ୟୁରୋ : କଣ୍ଟାମାଳ ଥାନା ଘଣ୍ଟପଡାରୁ ବାଘ ଛାଲ ଜବତ । କଣ୍ଟାମାଳ ବନକର୍ମଚାରୀଙ୍କ ସହାୟତାରେ ଏସଟିଏଫ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ବାଘଛାଲ ଜବତ କରିଛି । ଗିରଫ ବ୍ୟକ୍ତିଙ୍କ ନାମ ସଚ୍ଚିତାନ ନାୟକ ହୋଇଥିବାବେଳେ ତାଙ୍କ ଘର କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଖମାଲଖୋଲ ବୋଲି ଜଣାପଡିଛି । ତେବେ ଏହି ଘଟଣାରେ ଆଉ କିଏ ସମ୍ପୃକ୍ତି ଅଛନ୍ତି ତାହାର ତଦନ୍ତ ଚାଲିଥିବାବେଳେ ଗତ ବର୍ଷକ ମଧ୍ୟରେ କ୍ରାଇମବ୍ରାଞ୍ଚ ଏସଟିଏଫ ୨୧ଟି ବାଘଛାଲ, ୧୧ଟି ହାତୀ ଦାନ୍ତ, ୨ଟି ହରିଣ ଚମଡା, ୭ଟି ଜୀବନ୍ତ ବଜ୍ରକାପ୍ତା ଓ ୧୫ କିଲୋଗ୍ରାମ ବଜ୍ରକାପ୍ତା କାତି ଜବତ କରିଛି ।