କନକ ବ୍ୟୁରୋ : ୧ କୋଟି ୮ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ଜଣଙ୍କୁ ଗିରଫ କରିଛି ଏସଟିଏଫ । ପିପିଲିର ଏକ କଲେଜ ନିକଟରୁ ଏହି ବ୍ରାଉନସୁଗାର ଜବତ କରାଯାଇଛି । ୧ କିଲୋ ୮୦ ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ତେବେ କଲେଜ ଛାତ୍ରଙ୍କ ପାଇଁ ବ୍ରାଉନସୁଗାର କାରବାର ହେଉଥିବା ଅନୁମାନ କରାଯାଉଛି ।