କନକ ବ୍ୟୁରୋ : ଏସଟିଏଫ୍ ପକ୍ଷରୁ ପିପିଲି- ନିମାପଡ଼ା ଓଭରବ୍ରିଜ ଉପରୁ ଏକ କେଜି ୪୮ଗ୍ରାମ ଓଜନର ବ୍ରାଉନସୁଗାର ଜବତ କରାଯାଇଛି । ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଉଛି । ଏହି ମାମଲାରେ ଇମତାଜ ଖାନ୍ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାର ସୂଚନା ମିଳିଛି ।

Advertisment

ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ । ଗତ ବର୍ଷେ ଭିତରେ ୩୫ କେଜି ବ୍ରାଉନସୁଗାର ଜବତ କରିଛି ଏସଟିଏଫ୍। ଠିକ୍ ସେହିପରି ୬୭ କ୍ବିଣ୍ଟାଲ୍ ୫୨ କେଜି ଗଂଜେଇ ଜବତ ହେଇଥିବା ବେଳେ, ଶହେରୁ ଅଧିକ ନିଶା ବେପାରୀଙ୍କୁ ଗିରଫ କରଯାଇସାରିଛି।