ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ । ମ୍ୟାନେଜର ଓ କର୍ମଚାରୀଙ୍କୁ ଜେରା ।

414

କନକ ବ୍ୟୁରୋ: ଢେଙ୍କାନାଳ ଆଇସିଆଇସିଆଇ ବ୍ୟାଙ୍କରେ କ୍ରାଇମବ୍ରାଞ୍ଚ ଚଢ଼ାଉ । ଗତକାଲି ଅପରାହ୍ନରେ କ୍ରାଇମବ୍ରାଞ୍ଚ ଏହି ଚଢ଼ାଉ କରିଥିବା ବେଳେ ବ୍ୟାଙ୍କ ମ୍ୟାନେଜର ଓ କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଥିବାର ଖବର ମିଳିଛି ।

ଗତ ସପ୍ତାହରେ ଉପଭୋକ୍ତାଙ୍କୁ ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ବ୍ୟାଙ୍କର ୩ କର୍ମଚାରୀଙ୍କୁ ଗିରଫ କରିଥିଲା । ଏକ କୋଟିରୁ ଅଧିକ ଟଙ୍କାର ଠକେଇରେ ସମ୍ପୃକ୍ତି ଥିବା ଅଭିଯୋଗରେ ଡେପୁଟି ମ୍ୟାନେଜର ପ୍ରଶାନ୍ତ କୁମାର ସାହୁ, ଗ୍ରାହକ ସେବା ସମ୍ପର୍କ ଅଧିକାରୀ ସ୍ୱାଗତିକା ସ୍ୱାଇଁ ଓ ତାଙ୍କ ସ୍ୱାମୀ ମନୋଜ କୁମାର ସ୍ୱାଇଁଙ୍କୁ ଗିରଫ କରାଯାଇଥିଲା । ସେହି ଠକେଇ ବାବଦରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ କ୍ରାଇମ୍ ବ୍ରାଞ୍ଚ ଟିମ୍ ଗତକାଲି ପୁଣି ଥରେ ଚଢ଼ାଉ କରିଥିବା ଜଣାପଡ଼ିଛି ।