ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ସାମିଲ ।

234

କନକ ବ୍ୟୁରୋ: ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା । ତଦନ୍ତରେ ସହାୟତା ପାଇଁ କ୍ରାଇମବ୍ରାଞ୍ଚର ଏକ ଟିମ ସାମିଲ । କ୍ରାଇମବ୍ରାଞ୍ଚର ଏକ ଟିମକୁ ସାମିଲ କଲେ ପୋଲିସ ଡିଜି । ଡିଏସପି ବିଜୟ କୁମାର ମଲ୍ଲିକଙ୍କ ନେତୃତ୍ୱରେ ସହଯୋଗ କରିବ ଏହି ଟିମ । କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ ପାରଳାଖେମୁଣ୍ଡିରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଯେତିକି ଦିନ ଗଡୁଛି, ପାରଳାଖେମୁଣ୍ଡି ଏସିଏଫ ମୃତ୍ୟୁ ମାମଲାରେ ରହସ୍ୟ ସେତେ ବଢୁଛି ।  ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାରେ ପ୍ରଶ୍ନ ଅନେକ ଆସୁଛି ହେଲେ ସନ୍ତୋଷଜନକ ଉତ୍ତର ମିଳିପାରୁନାହିଁ । କେମିତି ହେଲା ସୌମ୍ୟରଞ୍ଜନଙ୍କ ମୃତ୍ୟୁ, ସନ୍ଦେହ ଘେରରେ ପୂରା ଘଟଣା । ମୃତ୍ୟୁର ବଳୟ ଡେଇଁ ପରକୀୟା ପ୍ରୀତି ଦିଗରେ ମୁହାଁଇଲାଣି ମାମଲା । ମାମଲାରେ କାହା କଥାରେ ରହୁନି ତାଳମେଳ ।

ତେବେ ଏହି ଘଟଣାରେ ପୋଲିସକୁ କିଛି ସୁରାକ ମିଳୁନଥିବା ବେଳେ ଏବେ ଏହି ଘଟଣାର ତଦନ୍ତରେ ସାମିଲ ହୋଇଛି କ୍ରାଇମବ୍ରାଞ୍ଚ । ଦିନକୁ ଦିନ ଏହି ଘଟଣା ତାତି ବଢି ଚାଲିଛି, ହେଲେ ମୃତ୍ୟୁର ରହସ୍ୟ ଉପରୁ ପରଦା ଉଠି ପାରୁନି ।