କନକ ବ୍ୟୁରୋ : ମା’ ଘର ପରିଚାଳକାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରାୟଗଡ଼ାରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍ । ସାଇଣ୍ଟିଫିକ୍ ଟିମ୍ ସହ ସାଥୀରେ ପୋଲିସ ଅଧିକାରୀ ମଧ୍ୟ ଘଟଣାସ୍ଥଳକୁ ଯାଇଛନ୍ତି । ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ମୃତକ ହେଉଛନ୍ତି ଲକ୍ଷ୍ମୀ ମାଝୀ, ଦୀର୍ଘ ୫ ବର୍ଷ ହେବ ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାର୍ଯ୍ୟରତ ଥିଲେ । ମୃତକ ଜଣଙ୍କ ଦିବ୍ୟାଙ୍ଗ ଥିଲେ, ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ।
ଏହି ଘଟଣାରେ ଦୋଷୀକୁ ତୁରନ୍ତ ଗିରଫ ଦାବିରେ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲେ ଜିଲ୍ଲା ଆଦିବାସୀ ମହାସଂଘ । ଗତକାଲି ବିଜେପି ପକ୍ଷରୁ ୬ ଘଂଟିଆ ବନ୍ଦ ଡାକାରା ଦିଆଯାଇଥିଲା ।ଆଉ ଆଜି ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/12/3-54.jpg)