ଟାଟା ମୋଟର୍ସରେ ଆକାଶ ପାଠକଙ୍କ ନିଯୁକ୍ତି ଠକେଇ ନେଇ ବ୍ରହ୍ମପୁରରେ କ୍ରାଇମବ୍ରାଞ୍ଚର ଛାନଭିନ୍ । ୯ ଜଣିଆ ଟିମ କରୁଛି ତଦନ୍ତ । ସେପଟେ ଟାଟା ମୋଟର୍ସ ରଖିଲା ପ୍ରତିକ୍ରିୟା

342

କନକ ବ୍ୟୁରୋ : ଆକାଶ ପାଠକଙ୍କୁ ନେଇ ବ୍ରହ୍ମପୁରରେ ତନାଘନା କରୁଛି କ୍ରାଇମବ୍ରା । ଟାଟା ମୋଟର୍ସରେ ନିଯୁକ୍ତି ନେଇ ହୋଇଥିବା ଠକେଇ ତଦନ୍ତ କରୁଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପି ବିକାଶଙ୍କ ନେତୃତ୍ୱରେ ୯ ଜଣିଆ ଟିମ ତଦନ୍ତ କରୁଛନ୍ତି । ଏଥିରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସଂପୃକ୍ତି ରହିଛି କି ନାହିଁ ସେ ନେଇ ସନ୍ଦେହରେ କିଛି ଲୋକଙ୍କୁ ଆଣି ଜେରା କରାଯାଉଛି ।

ସେପଟେ ଆକାଶ ପାଠକଙ୍କ ଠକେଇ ସମ୍ପର୍କରେ ଟାଟା ମୋଟର୍ସର ପ୍ରତିକ୍ରିୟା ରଖିଛି । ଏନେଇ ଟାଟା ମୋଟର୍ସ କହିଛି ଆକାଶ ପାଠକ ଟାଟା ମୋଟର୍ସଙ୍କ କର୍ମଚାରୀ ନୁହନ୍ତି । ସେ ନିଜକୁ ଟାଟା ମୋଟର୍ସ ଏମଡି କହି ଲୋକଙ୍କୁ ଠକୁଥିଲେ । ଏନେଇ ଆମେ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲୁ ।