ପରୀ ମୃତ୍ୟୁ ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ଗୃହରେ ଉତ୍ତର ରଖିଲେ ଗୃହରାଷ୍ଟ୍ର ମନ୍ତ୍ରୀ ।

224

କନକ ବ୍ୟୁରୋ: ବିବାଦ ବଢ଼ିଲା, ଚେତା ପସିଲା । ଶେଷରେ ନୟାଗଡ଼ ପରୀ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ବିଧାନସଭାରେ ଉତ୍ତର ରଖି ନିର୍ଦ୍ଦେଶ ଦେଲେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପେଟନ୍ ଦିବ୍ୟ ଶଙ୍କର ମିଶ୍ର । ତେବେ ଗତକାଲି ବିଧାନସଭା ସମ୍ମୁଖରେ ପରୀର ବାପା ମାଆ ନ୍ୟାୟ ଦାବିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପୋଲିସ୍ ର କାର୍ଯ୍ୟାନୁଷ୍ଠାନ ଏବଂ ମୃତ୍ୟୁ ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ଅଭିଯୋଗ ଆଣି ଆତ୍ମହୁତି ଦେବାକୁ ଉଦ୍ୟମ କରିଥିଲେ । ଯାହାକୁ ନେଇ ଅନେକ ତୁମ୍ବିତୋଫାନ ଉଠିଥିଲା । ଶେଷରେ ଗତକାଲି ବିଧାନସଭାରେ ବାଚସ୍ପତି ମନ୍ତ୍ରୀଙ୍କୁ ଉତ୍ତର ରଖିବାକୁ ରୁଲିଂ ଦେଇଥିଲେ । ଯାହାଫଳରେ ଆଜି ପରୀ ମୃତ୍ୟୁ ପଛରେ କିଏ ଏବଂ ଏହାର ସତ୍ୟା ସତ୍ୟ କ’ଣ ତାହାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ ବୋଲି ଗୃହରେ ଉତ୍ତର ରଖିଛନ୍ତି ମନ୍ତ୍ରୀ ।