ଦୁଷ୍କର୍ମକାରୀ କିଏ ? ଖୋଜୁଛି କ୍ରାଇମବ୍ରାଞ୍ଚ

30

କନକ ବ୍ୟୁରୋ : କୋରାପୁଟ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ଘଟଣାସ୍ଥଳରେ ପହଂଚିଛି କ୍ରାଇମବ୍ରାଞ୍ଚର ୫ଜଣିଆ ଟିମ୍ । ତଦନ୍ତକୁ ତ୍ୱରାନ୍ୱିତ କରିବା ପାଇଁ ଏକାଧିକ ଟିମ୍ ଗଠନ କରାଯାଇଛି । ପୀଡିତାଙ୍କ ବୟାନ ରେକର୍ଡ କରାଯିବା ନେଇ ମନିଟରିଂ କରାଯାଉଥିବା କୋରାପୁଟ ଏସପି ସୂଚନା ଦେଇଛନ୍ତି । ଘଟଣାରେ ସଂପୃକ୍ତ ଥିବା କୌଣସି ଅଭିଯୁକ୍ତଙ୍କୁ ଛଡାଯିବନି ବୋଲି ଏସପି ପ୍ରେସମିଟରେ ସୂଚନା ଦେଇଛନ୍ତି । ତଦନ୍ତର ସ୍ୱଚ୍ଛତା ରକ୍ଷା କରାଯାଉଥିବା ଏସପି କହିଛନ୍ତି । ସେପଟେ କୋରାପୁଟ ଡାକ୍ତରଖାନାରେ ପୀଡିତାଙ୍କ ଚିକିତ୍ସା ଜାରି ରହିଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ଅନ୍ୟପଟରେ କୋରାପୁଟ ନାବାଳିକା ଗଣଦୁଷ୍କର୍ମ ଘଟଣାରେ କୁନ୍ଦୁଲିଠାରେ ଚାଲିଥିବା ୩୩ ଘଂଟାର ରାସ୍ତାରୋକ ଗତକାଲି ରାତିରେ ପ୍ରତ୍ୟାହୃତ ହୋଇଛି । କ୍ରାଇମବ୍ରାଂଚ ଓ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକରୁ ହଟିଛନ୍ତି । ଫଳରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଛି । ଜୟପୁର-ବିଶାଖାପାଟଣା ମଧ୍ୟରେ ଗାଡି ଚଳାଚଳ ଆରମ୍ଭ ହୋଇଛି । ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଗିରଫ ଦାବିରେ ଏହି ରାସ୍ତାରୋକ ଚାଲିଥିଲା । ଫଳରେ ଏନଏଚରେ ଶହ ଶହ ଗାଡି ଅଟକି ରହିଥିଲା । ଗତକାଲି ରାତିରେ ଜିଲ୍ଲାପାଳ ତଦନ୍ତ ରିପୋର୍ଟ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୃତି ଦେଇଥିଲେ । ଏହା ପରେ ରାସ୍ତାରୋକ ହଟିଥିଲା ।