ଆଉ ୫ ଦିନ ଗୋପାଳକୁ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଏଥର ନବ ଦାସଙ୍କ ହତ୍ୟାକାଣ୍ଡ ଉପରୁ ଉଠିବ ତ ପରଦା ।

91

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଆଉ ୫ ଦିନ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ୫ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି କୋର୍ଟ । ଅଭିଯୁକ୍ତ ଗୋପାଳଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ ।  ତେବେ ୫ ଦିନିଆ ରିମାଣ୍ଡ ସହ ଗୋପାଳର ନାର୍କୋଟେଷ୍ଟ ଓ ପଲିଗ୍ରାଫ୍ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି । ଲଗାତାର ୨ ଥର ଗୋପାଳଙ୍କ ରିମାଣ୍ଡରେ ନେବା ପରେ ମଧ୍ୟ ଏଯାବତ ହତ୍ୟାକାଣ୍ଡ ପଛର ମୁଖ୍ୟ କାରଣ କଣ ତାହା ଏଯାବତ ପଦାକୁ ଆସିନି । ଆଜି ରିମାଣ୍ଡ ଅବଧି ଶେଷ ହେବା ପରେ ଗୋପାଳଙ୍କୁ କୋର୍ଟରେ ହାଜର କରାଯିବା ସହ ପୁଣିଥିରେ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । କୋର୍ଟ ଗୋପାଳର ୫ ଦିନିଆ ରିମାଣ୍ଡ ଆବେଦନକୁ ଗ୍ରହଣ କରିଥିଲେ ।

ରିମାଣ୍ଡ ଶେଷ ଦିନରେ ଗୋପାଳକୁ ପଚରାଉଚରା କରି ଅଧିକ ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିଥିବା କୁହାଯାଉଛି । ଏହାପୂର୍ବରୁ ଗତକାଲି ଗୋପାଳକୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରାଇଥିଲା କ୍ରାଇମବ୍ରାଞ୍ଚ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୋପାଳ କିଭଳି ଗୁଳି କଲା ତାହାର ପୂରା ସିନ୍ ରିକ୍ରିଏସନ କରିଥିଲା କ୍ରାଇମବ୍ରାଞ୍ଚ ।