ନବ ଦାସ ହତ୍ୟା ମାମଲା: ଗୋପାଳ ଦାସ ବିରୋଧରେ ହତ୍ୟା ଷଡଯନ୍ତ୍ରର ଦଫା ଲଗାଇନି କ୍ରାଇମବ୍ରାଞ୍ଚ!

704

କନକ ବ୍ୟୁରୋ: ନବଦାସ ହତ୍ୟା ମାମଲାରେ ଦାଖଲ ହୋଇଛି ଚାର୍ଜସିଟ୍ । କୋର୍ଟରେ କ୍ରାଇମବ୍ରାଞ୍ଚ ଚାର୍ଜସିଟ୍ ଦାଖଲ କରିଛି । ତେବେ ଅଭିଯୁକ୍ତ ଗୋପାଳ ଦାସ ବିରୋଧରେ ହତ୍ୟା ଷଡଯନ୍ତ୍ରର ଦଫା ୧୨୦(ବି) କ୍ରାଇମବ୍ରାଞ୍ଚ ଲଗାଇନଥିବା ସୂଚନା ମିଳିଛି । କନକ ନ୍ୟୁଜକୁ ବିଶ୍ୱସ୍ଥ ସୁତ୍ରରୁ ଏହି ସୂଚନା ମିଳିଛି । ଚାର୍ଜସିଟରେ କୁହାଯାଇଛି ଯେ ୩୦୨, ୩୦୭ ଆଇପିସି/୨୭(୧)ଆର୍ମସ ଆକ୍ଟରେ ତଦନ୍ତ କରାଯାଇଛି ।