ବିଦ୍ୟାଭାରତୀଙ୍କ ନାଁରେ ଲାଗିଲା ଦଫା: ସ୍ୱାମୀଙ୍କୁ ବଞ୍ଚାଇବାକୁ ନେଇ ନଥିଲେ ଉପଯୁକ୍ତ ପଦକ୍ଷେପ 

237

କନକ ବ୍ୟୁରୋ: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ପ୍ରେସମିଟ କରିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ ଏହି ପ୍ରେସମିଟରେ ବିଦ୍ୟାଭାରତୀ ଓ ସୌମ୍ୟରଞ୍ଜନଙ୍କ ସମ୍ପର୍କକୁ ନେଇ ବଡ ଖୁଲାସା କରିଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ବିଦ୍ୟା ଓ ସୌମ୍ୟରଞ୍ଜନଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା । ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟା । ସ୍ୱାମୀଙ୍କୁ ବଞ୍ଚାଇବାକୁ ଉପଯୁକ୍ତ ପଦକ୍ଷେପ ନେଇ ନଥିଲେ କି ତାଙ୍କୁ ଉଦ୍ଧାର କରିବାକୁ କାହାକୁ ଡାକିନଥିଲେ ।

ତେବେ କ୍ରାଇମବ୍ରାଞ୍ଚ ତଦନ୍ତରେ ଏହି ସବୁ ପ୍ରମାଣିତ ହେବା ପରେ ବିଦ୍ୟାଙ୍କ ନାଁରେ ଚାର୍ଜସିଟି ଦାଖଲ କଲା କ୍ରାଇମବ୍ରାଞ୍ଚ । ଏହି ଆଧାରରେ ବିଦ୍ୟାଙ୍କ ବିରୋଧରେ ୨୮୫ ଓ ୩୦୪-ଏ ଦଫା ଲାଗିଛି । ସେପଟେ ଏହି ଘଟଣାରେ ଡିଏଫଓଙ୍କୁ କ୍ଲିନଚିଟ ଦେଇଛି କ୍ରାଇମବ୍ରାଞ୍ଚ । ଡିଏଫଓ ଓ ବିଦ୍ୟାଭାରତୀଙ୍କ ମଧ୍ୟରେ କୌଣସି ସମ୍ପର୍କ ନଥିବା କହିଛି କ୍ରାଇମବ୍ରାଞ୍ଚ