କନକ ବ୍ୟୁରୋ : କ୍ରାଇମବ୍ରାଞ୍ଚ କବଜାରେ ଅନଲାଇନ ବେଟିଂ ଚିଟଫଣ୍ଡ ଠକ । ଚୀନରେ କମ୍ପାନୀ ରେଜିଷ୍ଟ୍ରେସନ ,ଦୁବାଇରୁ ହେଉଥିଲା ଅପରେସନ । ୨ ଜଣ ଠକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧିକ ଶାଖା । ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଓ ମହମଦ ହାକିମ । ଉଭୟଙ୍କ ଘର ପଶ୍ଚିମବଙ୍ଗ ଅଂଚଳରେ । ୧୫୦ ଆକାଉଣ୍ଟରେ ଏହି ରାକେଟ ଅପରେଟ ହେଉଥିଲା ।
ଏବେସୁଦ୍ଧା ୧୭ଟି ଆକାଉଣ୍ଟକୁ ଠାବ କରିଛି କ୍ରାଇମବ୍ରାଞ୍ଚ । ଯେଉଁଥିରୁ ୧୦୮ କୋଟି ଟଙ୍କା ଠାବ କରାଯାଇଛି । ଗିରଫ ପରେ ୨ ଅଭିଯୁକ୍ତଙ୍କୁ ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟରେ ହଜାର କରାଯାଇ ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଅଣାଯାଉଛି । ପରେ ଉଭୟଙ୍କୁ ବ୍ରହ୍ମପୁର ଓ.ପି.ଆଇ.ଡି କୋର୍ଟରେ ହାଜର କରାଯିବ । ଏବେ ଏହି ଘଟଣାକୁ ନେଇ ଇଓଡବ୍ଲ୍ୟୁ ଇଣ୍ଟରପୁଲର ସହାୟତା ଲୋଡ଼ିଛି ।
Follow Us