ନବ ଦାସ ହତ୍ୟା ମାମଲା : କ୍ରାଇମ ସ୍ପଟକୁ ଯିବେ ତଦନ୍ତର ତଦାରଖ କରୁଥିବା ଜଷ୍ଟିସ ଜେପି ଦାସ

128

କନକ ବ୍ୟୁରୋ : ନବ ଦାସ ହତ୍ୟା ମାମଲାରେ ତଦନ୍ତର ତଦାରଖ କରୁଥିବା ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପିି ଦାସ କ୍ରାଇମ ସ୍ପଟକୁ ଯିବେ । ଝାରସୁଗୁଡାରେ ହୋଇଥିବା ମନ୍ତ୍ରୀଙ୍କ ମୃତ୍ୟୁର ଘଟଣାସ୍ଥଳକୁ ଯାଇ ତଦନ୍ତର ତଦାରଖ କରିବେ ବୋଲି କହିଛନ୍ତି ଜଷ୍ଟିସ ଜେପି ଦାସ । ତଦନ୍ତ କେତେ ବାଟ ଆଗେଇଛି ସେ ନେଇ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରା ଆଜି ଜଷ୍ଟିସ ଜେପି ଦାସଙ୍କ ବାସଭବନକୁ ଯାଇ ତାଙ୍କ ସହ ଏ ନେଇ ଆଲୋଚନା କରିଥିବା ସୂଚନା ମିଳିଛି । ନବ ଦାସଙ୍କ ହତ୍ୟା ପରେ ରାଜ୍ୟ ସରକାର, କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଥିଲେ । ଏହା ସହ ତଦନ୍ତର ତଦାରଖ କରିବା ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଦାୟିତ୍ୱ ଦେବା ପାଇଁ ରାଜ୍ୟ ସରକାର ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖିଥିଲେ । ଏହାପରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଜେପି ଦାସଙ୍କୁ ଦାୟିତ୍ୱ ଦେଇଥିଲେ ହାଇକୋର୍ଟ ।