କନକ ବ୍ୟୁରୋ : ଆଇପିଏଲ ଅନେକ ଖେଳାଳୀଙ୍କ ଜୀବନ ବଦଳାଇ ଦେଇଛି । କାହାକୁ ଜାତୀୟ ଦଳରେ ସୁଯୋଗ ଦେଇଛି, ତାହାର ଗରିବୀକୁ ଗୋଇଠା ମାରି ସଫଳତାର ଶୀର୍ଷରେ ପହଞ୍ଚାଇଛି । ସେଥିପାଇଁ ବିଶ୍ୱ କ୍ରିକେଟର ସବୁଠୁ ଧନୀ ଲିଗ୍ କୁହାଯାଉଥିବା ଆଇପିଏଲ ଖେଳିବାକୁ ସବୁ ଖେଳାଳୀଙ୍କ ଇଚ୍ଛା । ଦେଶ ବିଦେଶର ଖେଳାଳୀ ଆଇପିଏଲ ଖେଳିବାକୁ ସ୍ୱପ୍ନ ଦେଖିଥାନ୍ତି । ଆଉ ଏସବୁ ଭିତରେ ମାସ କେଇଟା ପରେ ୨୦୨୨ ଆଇପିଏଲ ଖେଳାଯିବ । ତେବେ ଏହା ପୂର୍ବରୁ ମହାନିଲାମୀ ହେବାକୁ ଯାଉଛି । ଆଉ ମହାନିଲାମୀରେ ଅନେକ ଖେଳାଳୀଙ୍କ ଭାଗ୍ୟ ବଦଳିବ । ଏହାପୂର୍ବରୁ ମଧ୍ୟ ଅନେକ ଭାରତୀୟ କ୍ରିକେଟର ରହିଛନ୍ତି ଯେଉଁମାନଙ୍କ ଭାଗ୍ୟ ବଦଳାଇ ଦେଇଛି ଆଇପିଏଲ । ଏଭଳି ଭାରତୀୟ କ୍ରିକେଟଣ ରହିଛନ୍ତି ଯେଉଁମାନେ ଆଇପିଏଲ ଖେଳିବା ପୂର୍ବରୁ ସଂଘର୍ଷ କରୁଥିଲେ ଆଉ ଆଇପିଏଲ ଖେଳିବା ପରେ ରାତାରାତି କୋଟିପତି ହୋଇଛନ୍ତି । ସେହିଭଳି କିଛି ଖେଳାଳୀଙ୍କ ମଧ୍ୟରେ ରହିଛନ୍ତି ମହମ୍ମଦ ସିରାଜ, ଟି ନଟରାଜନ, ଚେତନ ସକାରିଆ, ଯଶସ୍ୱୀ ଜୟସ୍ୱାଲ, ଉମରାନ ମଲ୍ଲିକ ।

Advertisment

publive-imageମହମ୍ମଦ ସିରାଜ : ଭାରତୀୟ କ୍ରିକେଟ ଟିମର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ସଂଘର୍ଷମୟ କାହାଣୀ ଶୁଣିଲେ ଆପଣ ବି ଚକିତ ହେବେ । ବାପା ତାଙ୍କର ଅଟୋ ଚଳାଉଥିଲେ ମଧ୍ୟ ନିଜ ପୁଅକୁ କ୍ରିକେଟର କରିବାକୁ ସ୍ୱପ୍ନ ଦେଖିଥିଲେ । ଆଉ ସିରାଜଙ୍କୁ କ୍ରିକେଟର କରିବାକୁ ସବୁ କିଛି ବାଜିରେ ଲଗାଇଥିଲେ ତାଙ୍କ ବାପା । ଅନେକ କଷ୍ଟ କରି ପୁଅକୁ କ୍ରିକେଟର କିଟ୍ ଯୋଗାଇଥିଲେ । ଆଉ ପୁଅ ସିରାଜ ମଧ୍ୟ ପରିଶ୍ରମ କରିବାରେ ଟିକିଏ ବି ପଛଘୁଞ୍ଚା ଦେଇନଥିଲେ । ଆଉ ସଂଘର୍ଷ ଭିତରେ ସିରାଜଙ୍କ କଠିନ ପରିଶ୍ରମ ସେତେବେଳେ ସଫଳ ହେଲା ଯେତେବେଳେ ସନରାଇଜର୍ସ ହାଇଦ୍ରାବାଦ ତାଙ୍କୁ ୨୦୧୭ରେ ୨.୬ କୋଟି ଟଙ୍କା ଦେଇ ଟିମରେ ସାମିଲ କରିଥିଲା । ଆଉ ଏହାପରେ ବାଙ୍ଗାଲୋର ଟିମରେ ଏଣ୍ଟ୍ରି କରିଥିଲେ ସିରାଜ । ଆଉ ଚଳିତ ମହାନିଲାମୀ ପୂର୍ବରୁ ସିରାଜଙ୍କୁ ୭ କୋଟି ଟଙ୍କାରେ ରିଟେନ ରଖିଛି ବାଙ୍ଗାଲୋର ।

publive-imageଟି ନରରାଜନ : ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଟି ନଟରାଜନ ଅତି ଗରିବ ପରିବାରରୁ ଆସିଛନ୍ତି । ବାପା ତାଙ୍କର ଦିନ ମଜୁରିଆ ହୋଇଥିବା ବେଳେ ମା ତାଙ୍କର ରାସ୍ତା କଡରେ ଦୋକାନ କରିଛନ୍ତି । ଛୋଟବେଳୁ ଅଭାବ ଭିତରେ ବଢି ଆସିଥିବା ନଟରାଜନଙ୍କ ଭାଗ୍ୟ ସେତେବେଳେ ଖୋଲିଥିଲା ଯେତେବେଳେ ତାଙ୍କୁ ପଞ୍ଜାବ ଦଳରେ ସାମିଲ କରିଥିଲା । ୨୦୧୭ରେ ପଞ୍ଜାବ ନଟରାଜନଙ୍କୁ ୩ କୋଟି ଟଙ୍କା ଦେଇ ଦଳରେ ସାମିଲ କରିଥିଲା । ଆଉ ଆଇପିଏଲରେ ଦମଦାର ପ୍ରଦର୍ଶନ କରି ଜାତୀୟ ଦଳରେ ସ୍ଥାନ ପାଇଥିଲେ ନଟରାଜନ । ଆଉ ଏବେ ଟିମ୍ ଇଣ୍ଡିଆର ଭରସାଯୋଗ୍ୟ ବୋଲର ଭାବେ ଜଣାଶୁଣା ଟି ନଟରାଜନ ।

publive-imageଚେତନ ସକାରିଆ : ଯୁବ ବୋଲର ଚେତନ ସକାରିଆଙ୍କ କ୍ରିକେଟ କ୍ୟାରିୟର ଏତେ ସହଜ ନଥିଲା । ଅତି ଗରିବ ପରିବାରରୁ ଆସିଥିବା ସକାରିଆଙ୍କ ବାପା ଜଣେ ଅଟୋ ଚାଳକ । ଅଟୋ ଚାଲିଲେ ତାଙ୍କର ପରିବାର ଚଳେ । ତେବେ ଏହି ଦୁଃଖ ତାଙ୍କର ବେଶି ଦିନ ରହିନଥିଲା । ଯେତେବେଳେ ୨୦୨୧ରେ ରାଜସ୍ଥାନ ରୟାଲ୍ସ ୧.୨ କୋଟି ଟଙ୍କା ଦେଇ କିଣିଥିଲା । ଆଉ ନିଜ ପ୍ରଦର୍ଶନ ମାଧ୍ୟମରେ ରାଜସ୍ଥାନର ଭରସା ମଧ୍ୟ ଜିତିଥିଲେ ସକାରିଆ । ଆଉ ୨୦୨୧ରେ ହିଁ ଶ୍ରୀଲଙ୍କା ବିପକ୍ଷରେ ଅର୍ନ୍ତଜାତୀୟ ଡେବ୍ୟୁ କରିଛନ୍ତି ଚେତନ ସକାରିଆ ।

publive-imageଯଶସ୍ୱୀ ଜୟସ୍ୱାଲ : ଆଇପିଏଲ ୨୦୨୨ ପୂର୍ବରୁ ଭାରତୀୟ ଯୁବ କ୍ରିକେଟର ଯଶସ୍ୱୀ ଜୟସ୍ୱାଲଙ୍କୁ ୪ କୋଟି ଟଙ୍କାରେ ରିଟେନ କରିଛି ରାଜସ୍ଥାନ ରୟାଲ୍ସ । ତେବେ ଜୟସ୍ୱାଲଙ୍କ ଏହି ସଫଳତାର ଯାତ୍ରା ପଛରେ ଅନେକ ସଂଘର୍ଷ ଲୁଚି ରହିଛି । ଉତ୍ତରପ୍ରଦେଶରେ ଜନ୍ମିତ ଜୟସ୍ୱାଲ ନିଜ କ୍ରିକେଟ କ୍ୟାରିୟରର ସ୍ୱପ୍ନ ପୂରା କରିବାକୁ ମାତ୍ର ୧୧ ବର୍ଷ ବୟସରେ ମୁମ୍ବାଇ ଚାଲି ଆସିଥିଲେ । କିନ୍ତୁ ମୁମ୍ବାଇରେ ବେଶ କଷ୍ଟରେ ଜୟସ୍ୱାଲଙ୍କ ଦିନ କଟିଥିଲା । ପ୍ରଥମେ ଟେଣ୍ଟ ତଳେ ରହିଥିଲେ ଜୟସ୍ୱାଲ, ଯେଉଁଠି ଖାଇବା ଓ ପାଣିର ବ୍ୟବସ୍ଥା ନଥିଲା । ଏପରିକି ନିଜର ଖର୍ଚ୍ଚ ଉଠାଇବା ପାଇଁ କ୍ରିକେଟ ଅଭ୍ୟାସ ପରେ ସେହି ଷ୍ଟାଡିୟମ ବାହାରେ ଗୁପଚୁପ ବିକୁଥିଲେ ଜୟସ୍ୱାଲ । କିନ୍ତୁ ୧୯ ବର୍ଷରୁ କମ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ଆଇପିଏଲ ଫ୍ରାଞ୍ଚାଇଜଙ୍କ ନଜର ଜୟସ୍ୱାଲଙ୍କ ଉପରେ ପଡିଥିଲା । ଆଉ ଏହାପରେ ବଦଳି ଯାଇଥିଲା ଜୟସ୍ୱାଲଙ୍କ ଭାଗ୍ୟ ।