ବିବାହ ବନ୍ଧନରେ ବାନ୍ଧିହେଲେ ଭାରତୀୟ କ୍ରିକେଟରର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହେଲେ ହାତକୁ ଦି’ ହାତ 

212

କନକ ବ୍ୟୁରୋ : ନିଜ ଜୀବନର ଦ୍ୱିତୀୟ ଇନିଂସ ଆରମ୍ଭ କଲେ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ । କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ସହ ହାତକୁ ଦି ହାତ ହୋଇଛନ୍ତି ଏହି ବୋଲର । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଚହଲ । ଏବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି ।

ଏହି ବର୍ଷ ଅଗଷ୍ଟ ମାସରେ ଉଭୟଙ୍କ ନିର୍ବନ୍ଧ ଶେଷ ହୋଇଥିଲା । ଦୁବାଇରେ ଆଇପିଏଲ ବେଳେ ଧନଶ୍ରୀଙ୍କୁ ଚହଲଙ୍କ ସହ ଦେଖାଯାଇଥିଲା । ଏହାସହ ବାଙ୍ଗାଲୋର ଜର୍ସି ପିନ୍ଧି ଖେଳାଳିଙ୍କୁ ଉତ୍ସାହିତ ମଧ୍ୟ କରୁଥିଲେ ଧନଶ୍ରୀ ।

ଧନଶ୍ରୀ ଜଣେ ଡାକ୍ତର, କୋରିଓଗ୍ରାଫର ଓ ୟୁଟୁବର । ଧନଶ୍ରୀ ସୋସିଆଲ ମିଡିଆରେ ନିଜ ଡ୍ୟାନ୍ସ ଭିଡିଓ ମଧ୍ୟ ସେୟାର କରନ୍ତି । ତେବେ ଧନଶ୍ରୀ ବର୍ମା ନାଁରେ ଏକ ଡ୍ୟାନ୍ସ ଏକାଡେମୀ ମଧ୍ୟ ସେ ଚଲାନ୍ତି । ବିବାହକୁ ନେଇ ଉଭୟ ଖୁସି ଥିବା କହିଛନ୍ତି ।