ବିବାହ କଲେ ପୂର୍ବତନ ଭାରତୀୟ ଅଧିନାୟକ । ୨୦୧୨ରେ ଟିମ୍ ଇଣ୍ଡିଆକୁ କରିଥିଲେ ବିଶ୍ୱ ଚାମ୍ପିୟନ ।

1,109

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେଲେ ଉନ୍ମୁକ୍ତ ଚାନ୍ଦ । ୧୯ ବର୍ଷରୁ କମ କ୍ରିକେଟରେ ଭାରତକୁ ବିଶ୍ୱ ଚାମ୍ପିୟନ କରିଥିବା ଉନ୍ମୁକ୍ତ ଚାନ୍ଦ ହାତକୁ ଦୁଇ ହାତ ହୋଇଛନ୍ତି । ରବିବାର ସିମରନ ଖୋସଲାଙ୍କୁ ସାତ ଜନମର ସାଥୀ କରିଛନ୍ତି ଉନ୍ମୁକ୍ତ । ନିଜ ବାହାଘରର ଫଟୋ ଟ୍ୱିଟ୍ କରି ଏ ବାବଦରେ ସୂଚନା ଦେଇଛନ୍ତି ଉନ୍ମୁକ୍ତ ।

ଉଭୟ ଉନ୍ମୁକ୍ତ ଓ ସିମରନ ପରସ୍ପରକୁ ଦୀର୍ଘଦିନ ହେବ ଜାଣିଥିଲେ । ଆଉ ଶେଷରେ ରବିବାର ୨୮ ବର୍ଷୀୟ ଉନ୍ମୁକ୍ତ ସିମରନଙ୍କୁ ଜୀବନସାଥୀ କରିଛନ୍ତି । ଏହି ବାହାଘରରେ ଉନ୍ମୁକ୍ତ ଓ ସିମରନଙ୍କ ପରିବାର ବ୍ୟତୀତ କିଛି ଘନିଷ୍ଠ ବନ୍ଧୁ ସାମିଲ ଥିଲେ । ଉଭୟ ବର ଓ କନ୍ୟାଙ୍କୁ ଗୋଲାପୀ ରଙ୍ଗର ପୋଷାକରେ ଦେଖିବାକୁ ମିଳିଥିଲା । ଉନ୍ମୁକ୍ତଙ୍କ ବାବଦରେ ଅଧିକାଂଶ ଭାରତୀୟ ନିଶ୍ଚୟ ଜାଣିଥିବେ । ୧୯ ବର୍ଷରୁ କମ କ୍ରିକେଟ ବିଶ୍ୱକପରେ ଉନ୍ମୁକ୍ତ ଟିମ୍ ଇଣ୍ଡିଆକୁ ଚାମ୍ପିୟନ କରିଛନ୍ତି । ଏହାସହ ଆଇପିଏଲରେ ମଧ୍ୟ ଦିଲ୍ଲୀ ଡେୟାର ଡେଭିଲ୍ସ ପକ୍ଷରୁ ଖେଳିଛନ୍ତି ଉନ୍ମୁକ୍ତ । ଭାରତୀୟ ଏ ଟିମରେ ମଧ୍ୟ ଅଧିନାୟକ ରହି ସାରିଛନ୍ତି ଉନ୍ମୁକ୍ତ । ତେବେ ଭାରତୀୟ ସିନିୟର ଦଳରେ ସ୍ଥାନ ନ ପାଇବା କାରଣରୁ ଏବେ ଆମେରିକା ପକ୍ଷରୁ ଖେଳୁଛନ୍ତି ଉନ୍ମୁକ୍ତ । ଏହାସହ ବିଗ୍ ବାସ ଲିଗରେ ମଧ୍ୟ ଖେଳିବେ ଉନ୍ମୁକ୍ତ । ଏହି ଲିଗରେ ଖେଳିବାରେ ଉନ୍ମୁକ୍ତ ହେଉଛନ୍ତି ପ୍ରଥମ ଭାରତୀୟ ।

ଅନ୍ୟପଟେ ଉନ୍ମୁକ୍ତଙ୍କ ପତ୍ନୀ ସିମରନ ପେଶାରେ ଜଣେ ଫିଟନେସ ଓ ନ୍ୟୁଟ୍ରିସିଆନ ଟ୍ରେନର । ନିଜ ବିବାହକୁ ନେଇ ସିମରନ ବେଶ ଖୁସିଥିବା ଦେଖିବାକୁ ମିଳିଛି । ଯାହାର ଭିଡ଼ିଓ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି ସିମରନ । ଯେଉଁଥିରେ ବର ଆସିବା ବେଳେ ସିମରନ ଖୁସିରେ ନାଚୁଛନ୍ତି ।