ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସନ୍ଥ । ଠକେଇ ଅଭିଯୋଗ ଆଣିଲେ କେରଳର ବ୍ୟବସାୟୀ

290

କନକ ବ୍ୟୁରୋ : ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ଶ୍ରୀସନ୍ଥଙ୍କ ନାଁରେ ମାମଲା ରୁଜୁ । ଠକେଇ ମାମଲାରେ ଶ୍ରୀସନ୍ଥ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ନାଁରେ କେରଳ ପୁଲିସ ନିକଟରେ ମାମଲା ରୁଜୁ କରାଯାଇଛି । ଭେଙ୍କେଟେଶ କିନ ଓ ରାଜୀବ କୁମାର ଏବଂ ଶ୍ରୀସନ୍ଥଙ୍କ ନାଁରେ କେରଳ ଜଣେ ବ୍ୟବସାୟୀ ଠକେଇ ଅଭିଯୋଗ ଆଣିଛନ୍ତି । ଏକ ସ୍ପୋଟସ ଏକାଡେମୀ ଖୋଲିବା ପାଇଁ ଏହି ସରୀଶ ଗୋପାଳନଙ୍କଠୁ ଶ୍ରୀସନ୍ଥ ଓ ଅନ୍ୟ ଦୁଇ ସହଯୋଗୀ ୧୯ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସ୍ପୋଟସ ଏକାଡେମୀର ପାର୍ଟନର ମଧ୍ୟ ଶ୍ରୀସନ୍ଥ ଅଛନ୍ତି । ତେବେ ମାମଲା ରୁଜୁ ହେବା ପରେ ପୁଲିସ ଛାନଭିନ ଆରମ୍ଭ କରିଛି । ଫିକ୍ସି ମାମଲାରେ ଫସିବା ପରେ କିଛି ଦିନ ତଳେ କମବ୍ୟାକ କରିଥିଲେ ଶ୍ରୀସନ୍ଥ ।