କନକ ବ୍ୟୁରୋ: ଅର୍ଜୁନ ପୁରସ୍କାର ଦୌଡରେ କ୍ରିକେଟର ମହମ୍ମଦ ସାମି । ଅର୍ଜୁନ ଆୱାର୍ଡ ପାଇଁ ବିସିସିଆଇ ମହମ୍ମଦ ସାମିଙ୍କ ନାଁ ସୁପାରିଶ କରିଛି । ଭାରତୀୟ ଦଳର ଦ୍ରୁତ ବୋଲର ତଥା ଗତ ଦିନିକିଆ କ୍ରିକେଟ ବିଶ୍ୱକପର ସର୍ବାଧିକ ୱିକେଟ ନେଇଥିବା ମହମ୍ମଦ ସାମି ଭାରତ ସରକାରଙ୍କ ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ବିଶ୍ୱକପରେ ପ୍ରଥମ ୪ଟି ମ୍ୟାଚରେ ସାମି ଖେଳିନଥିଲେ । ଏହାପରେ ଯତେବେଳେ ତାଙ୍କୁ ସୁଯୋଗ ମିଳିଥିଲା ଦମଦାର ପ୍ରଦର୍ଶନ କରିଥିଲେ । ଅର୍ଜୁନ ପୁରସ୍କାର ତାଲିକାରେ ପୂର୍ବରୁ ମହମ୍ମଦ ସାମିଙ୍କ ନାଁ ରଖାଯାଇନଥିଲା । କିନ୍ତୁ ସାମିଙ୍କୁ ଏହି ତାଲିକାରେ ସ୍ଥାନ ଦେବାକୁ ବିସିସିଆଇ ପକ୍ଷରୁ ସରକାରଙ୍କୁ ସ୍ୱତନ୍ତ୍ର ଭାବେ ଅନୁରୋଧ କରାଯାଇଥିଲା । ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳି ୨୪ଟି ୱିକେଟ ନେଇଥିଲେ ସାମି । ତେବେ ମହମ୍ମଦ ସାମିଙ୍କ ବ୍ୟତିତ ଅନ୍ୟ ୧୬ଜଣ କ୍ରୀଡାବିତଙ୍କୁ ଅର୍ଜୁନ ପୁରସ୍କାର ପାଇଁ ମନୋନିତ କରାଯାଇଛି । ସେହିପରି ବ୍ୟାଡମିଂଟନର ସଫଳ ପୁରୁଷ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କିରେଡୀ ଓ ଚିରାଗ ସେଠୀଙ୍କୁ ମେଜର ଧ୍ୟାନଚନ୍ଦ ଖେଳରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।
ଅର୍ଜୁନ ପୁରସ୍କାର ଦୌଡରେ କ୍ରିକେଟର ମହମ୍ମଦ ସାମି । ବିସିସିଆଇ କଲା ନାଁ ସୁପାରିଶ୍ ।
/kanak/media/post_attachments/wp-content/uploads/2023/12/10-14.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)