ସାନିଆ ମିର୍ଜାଙ୍କ ସହ ସମ୍ପର୍କ ଖବରକୁ ନେଇ କ୍ଷୁବ୍ଧ କ୍ରିକେଟର ମହମ୍ମଦ ସାମୀ । ମିଛ ଖବର ଉପରେ ରୋକ ଲଗାଇବାକୁ ଗଣମାଧ୍ୟମକୁ କଲେ ଅପିଲ

ସାନିଆ ମିର୍ଜାଙ୍କ ସହ ସମ୍ପର୍କ ଖବରକୁ ନେଇ କ୍ଷୁବ୍ଧ କ୍ରିକେଟର ମହମ୍ମଦ ସାମୀ । ମିଛ ଖବର ଉପରେ ରୋକ ଲଗାଇବାକୁ ଗଣମାଧ୍ୟମକୁ କଲେ ଅପିଲ

କନକ ବ୍ୟୁରୋ: କ୍ରିକେଟର ମହମ୍ମଦ ସାମୀ ଓ ପୂର୍ବତନ ଷ୍ଟାର ଟେନିସ ଖେଳାଳୀ ସାନିଆ ମୀର୍ଜାଙ୍କ ବାହାଘର ଖବର ନେଇ ସବୁଠି ଚର୍ଚ୍ଚା । ଏହି ଚର୍ଚ୍ଚା ଉପରେ ଅସନ୍ତୋଷ ପ୍ରକାଶ କରି ପ୍ରତିକ୍ରିୟା ରଖିଛନ୍ତି ମହମ୍ମଦ ସାମୀ । କାହାର ବ୍ୟକ୍ତିଗତ ଜୀବନକୁ ନେଇ ମିଛ ଖବର ପ୍ରଚାର କରିବା ଉଚିତ ନୁହେଁ ଓ ମିଛ ଆକାଉଣ୍ଟରେ ଯେଉଁଭଳି ଭାବେ ଫଟୋ ଏଡିଟ କରାଯାଉଛି ଏହା ନିନ୍ଦନୀୟ ବୋଲି କହିଛନ୍ତି । କାହାର ପରିବାର, ସମ୍ମାନକୁ ନେଇ ମିଛ ଖବର ପ୍ରସାରଣ ଉପରେ ରୋକ ଲଗାଯିବା ଜରୁରୀ ବୋଲି ନିଜ ମତାମତ ଦେଇଛନ୍ତି ।

ସାନିଆଙ୍କ ପୂର୍ବ ସ୍ୱାମୀ ତଥା ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକଙ୍କଠୁ ଅଲଗା ହେବା ପରେ ମହମ୍ମଦ ସାମୀଙ୍କ ସହ ବାହାଘରକୁ ନେଇ ଭଳିକି ଭଳି ଖବର ଆସୁଛି । ସେପଟେ ସାମୀ ମଧ୍ୟ ବିବାହ ବିଚ୍ଛେଦ ପରେ କେବଳ ଖେଳରେ ଫୋକସ କରୁଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe